କନକ ବ୍ୟୁରୋ : ଗୋଟେପଟେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଏବେ ସିବିଆଇ ଯାଂଚ ଆରମ୍ଭ କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବି କୋଇଲା ଦୁର୍ନୀତି ମାମଲାରେ ମମତାଙ୍କ ଭଣଜା ତଥା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୋଜୀରାଙ୍କୁ ପଚରା ଉଚରା ପାଇଁ ନୋଟିସ ଜାରି କରିଛି । ସେମାନଙ୍କୁ ପଚରା ଉଚରା ପାଇଁ ଇଡି ଡାକିବା ସହ ସେମାନଙ୍କର ବ୍ୟାଙ୍କ ଡିଟେଲ୍ସ ବି ମାଗିଛି । ଇଡି ତରଫରୁ କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କୁୁ ସେପ୍ଟେମ୍ବର 3 ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରିବା ସହ ରୋଜୀରାଙ୍କୁ ସେପ୍ଟେମ୍ବର ପହିଲାରେ ହାଜର ହେବାକୁ ନୋଟିସ କରିଛି ।
Enforcement Directorate summons AITC General Secretary Abhishek Banerjee on 3rd Sept and his wife Rujira Banerjee on 1st Sept, along with others with their bank details, over Coal Scam issue.
(File photo) pic.twitter.com/9VrcEJfmGc
— ANI (@ANI) August 28, 2021
ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ ରହିଛି କି ସେ ତାଙ୍କ ନିଜ କମ୍ପାନୀ ଆକାଉଣ୍ଟରୁ କିଛି କମ୍ପାନୀ ଓ ବ୍ୟକ୍ତିଙ୍କ ସହ ଅର୍ଥ କାରବାର କରିଛନ୍ତି ଯେଉଁମାନେ କୋଇଲା ଦୁର୍ନୀତିରେ ସାମିଲ ଅଛନ୍ତି । ଅନ୍ୟପଟେ ଅର୍ଥ କାରବାର ହୋଇଥିବା କମ୍ପାନୀମାନଙ୍କ ମଧ୍ୟରୁ ଅଭିଷେକ ବାନାର୍ଜୀଙ୍କ ପିତା ଅମିତ ବାନାର୍ଜୀଙ୍କର ଏକ କମ୍ପାନୀ ବି ରହିଛି । କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଂଚ କରୁଥିବା ବେଳେ ଏନେଇ ହୋଇଥିବା ଅର୍ଥ କାରବାର ମାମଲାରେ ଇଡି ଯାଂଚ ଆରମ୍ଭ କରିଛି ।