ତୃଣମୂଳକୁ ଦଳ ବଦଳ ଡର ! ବିଜେପିର ପ୍ରଶଂସା କରି ତୃଣମୂଳ ବିଧାୟକ ହେଲେ ନିଲମ୍ବିତ

ତୃଣମୂଳକୁ ଦଳ ବଦଳ ଡର ! ବିଜେପିର ପ୍ରଶଂସା କରି ତୃଣମୂଳ ବିଧାୟକ ହେଲେ ନିଲମ୍ବିତ

ତୃଣମୂଳ କଂଗ୍ରେସ ବିଜପୁରରୁ ନିଜ ବିଧାୟକ ଓ ବିଜେପି ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ ୬ ବର୍ଷ ପାଇଁ ନିଲମ୍ବିତ କରିଛି । ତୃଣମୂଳ ମହାସଚିବ ପାର୍ଥ ଚାଟାର୍ଜି ଏହାର ସୂଚନା ଦେଇଛନ୍ତି । ଦଳର ଅନୁଶାସନ କମିଟି ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ସହିତ ପରାମର୍ଶ ପରେ ଶୁଭ୍ରାଂଶୁଙ୍କୁ ଦଳରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଜପୁରରୁ ଦୁଇ ଥର ବିଧାୟକ ଶୁଭ୍ରାଂଶୁ ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପିତାଙ୍କ ସଙ୍ଗଠନ ତଥା ବିଜେପିର କୌଶଳର ପ୍ରଶଂସା କରିଥିଲେ । ସେ କହିଥିଲେ , “ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜିତିବା ପାଇଁ ଅନେକ ପ୍ରୟାସ କଲେ କିନ୍ତୁ ତାଙ୍କ ପିତାଙ୍କ ସଙ୍ଗଠନ ତାଙ୍କ ଠାରୁ ଭଲ ପ୍ରଦର୍ଶନ କଲେ ।”

ସେ ଆହୁରି କହିଥିଲେ, “ମତେ ଏହା କହିବାକୁ ଦ୍ୱିଧା ନାହିଁ ଯେ ମୁଁ ମୋ ପିତାଙ୍କ ଠାରୁ ହାରିଗଲି । ସେ ବଙ୍ଗ ରାଜନୀତିର ଅସଲି ଚାଣକ୍ୟ । ଆମ ଦଳ ହାରିଗଲା ଓ ଲୋକମାନେ ଆମ ବିରୁଦ୍ଧରେ ଭୋଟ୍ ଦେଲେ । ଏହା ଆମକୁ ସ୍ୱୀକାର କରିବା ଉଚିତ୍ ।” ସୂଚନାଯୋଗ୍ୟ, ବିଜପୁର ବିଧାନସଭା କ୍ଷେତ୍ର ବୈରକପୁର ଲୋକସଭା କ୍ଷେତ୍ର ଅଧିନରେ ଆସେ । ଯେଉଁଠାରୁ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହ ଲୋକସଭା ନିର୍ବାଚନ ଜିତିଛନ୍ତି । ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରି ରାଜ୍ୟର ୪୨ଟି ଲୋକସଭା ସିଟରୁ ୧୮ଟି ଦଖଲ କରିନେଇଛି । ସେଇଟି ଟିଏମସି ୨୨ଟି ସିଟ୍ ଜିତିବାରେ ହିଁ ସଫଳ ହୋଇଛି ।

ପାର୍ଟିରୁ ନିଲମ୍ବିତ ହେବା ପରେ ଶୁଭ୍ରାଂଶୁ ରାୟ କିଛି ଦିନ ଭିତରେ ବିଜେପିରେ ସାମିଲ ହେବେ । ସେ କହିଛନ୍ତି କି, ସେ ଏବେ ମୁକ୍ତ । ତୃଣମୂଳରେ ଅନେକ ଲୋକଙ୍କ ଶ୍ୱାସରୁଦ୍ଧ ହେଉଛି । ସେ ଦାବି କରିଛନ୍ତି କି ପାର୍ଟିର ଅନ୍ୟ ନେତା ତାଙ୍କ ପଦଚିହ୍ନରେ ଚାଲିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe