ମମତାଙ୍କ ଉପରେ ମାଡି ଆସୁଛି ବିପଦ । ଶୁଭେନ୍ଦୁଙ୍କ ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ଆସନସୋଲ ବିଧାୟକ । ଇସ୍ତଫା ଦେବା ଲାଇନରେ ଆହୁରି ଅନେକ

379

କନକ ବ୍ୟୁରୋ : ୨୦୨୧ ରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି    । ଶୁଭେନ୍ଦୁ ଅଧିକାରୀଙ୍କ ପରେ ପାର୍ଟିର ବିଧାୟକ ତଥା ଆସନସୋଲ ନଗରନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ସେ ୧୯ ତାରିଖ ଦିନ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

ଗୋଟିଏ ଦିନ ପୂର୍ବରୁ ଜିତେନ୍ଦ୍ର ରାଜ୍ୟସରକାରଙ୍କ ଉପରେ ଟାର୍ଗେଟ୍ କରିଥିଲେ । କେନ୍ଦ୍ରରୁ ରାଜ୍ୟକୁ ଦେଉଥିବା ଅନୁଦାନର ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି ରାଜ୍ୟସରକାରଙ୍କ ରାଜନୀତି ପାଇଁ ଆସନସୋଲ ନଗର ନିଗମକୁ କେନ୍ଦ୍ରରୁ ମିଳୁଥିବା ଅନୁଦାନ କାର୍ଯ୍ୟରେ ଲାଗୁ ନାହିଁ ବୋଲି ସେ କହିଥିଲେ ।

ଏନେଇ ରିବିବାର ଦିନ ଜିତେନ୍ଦ୍ର ତିୱାରୀ ସହରୀ ବିକାଶ ମନ୍ତ୍ରୀ ହକିମ୍ ଙ୍କୁ ଚିଠି ଲେଖିଥିଲେ । ସେ ଲେଖିଥିଲେ କି ମମତା ବାନାର୍ଜୀଙ୍କ ରାଜନୀତି ଯୋଗୁଁ ଆସନସୋଲ ନଗର ନିଗମକୁ କେନ୍ଦ୍ରସରକାର ଦେଇଥିବା ୨ ହଜାର କୋଟି ଟଙ୍କା ବିନିଯୋଗ ହୋଇପାରୁ ନାହିଁ । ଏହି ଅନୁଦାନ ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିଲେ । ସେ ଆହୁରି ଆରୋପ ଲଗାଇଛନ୍ତି କି ଏନେଇ ମୁଁ ୫ ଥର ମନ୍ତ୍ରୀ ହକିମ୍ ଙ୍କୁ ଚିଠି ଲେଖିଛନ୍ତି । ହେଲେ କିଛି ଉତ୍ତର ମିଳିନାହିଁ । ହେଲେ ଶେଷ ଚିଠିଟିକୁ କେହି ଖୋଲି ଦେଇଥିଲେ । ଏଭଳି ଅସନ୍ତୁଷ୍ଟ ହୋଇ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଥାଉକି ପଶ୍ଚିମବଙ୍ଗ ନିର୍ବାଚନକୁ ପାଖା ପାଖି ୬ ମାସ ବାକି ରହିଛି । ହେଲେ ଏବେ ଠାରୁ ପଶ୍ଚିମବଙ୍ଗ ରାଜନୀତି ପୁରା ସରଗରମ ହେବା ଦେଖା ଦେଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ୨ ଦିନ ଯାକ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅନେକ ତୁ ତୁ ମେ ମେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍୍ ଶାହା ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଏହା ପୂର୍ବରୁ ଜଣଙ୍କ ପରେ ଜଣେ ଟିଏମସି ମନ୍ତ୍ରୀ ଓ ବିଧାୟକ ଦଳରୁ ଇସ୍ତଫା ଦେଉଥିବାରୁ ସେମାନେ ୧୯ ତାରିଖରେ ଅମିତ୍ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।