ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ ଝଟକା । ମମତାଙ୍କ ଅତି ନିକଟତର ଚକ୍ରଧର ମହତୋ ଗିରଫ୍

420

କନକ ବ୍ୟୁରୋ : ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ ଏଜେନ୍ସି (ଏନଆଇଏ) ଆଜି ମମତାଙ୍କ ସହଯୋଗୀ କୁହାଯାଉଥିବା ଚକ୍ରଧର ମହତୋଙ୍କୁ ଗିରଫ୍ କରିଛି । ୨୦୦୯ ମସିହାରେ ଟିଏମସି ନେତା ଚକ୍ରଧର ମହତୋ ଓ ତାଙ୍କର କିଛି ସହଯୋଗୀ ରାଜଧାନୀ ଏକ୍ସପ୍ରେସକୁ ଅପହରଣ କରିନେବାକୁ ଚେଷ୍ଟା କରିଥିଲେ । ପାଖା ପାଖି ୪ ରୁ ୫ ଘଂଟା ଧରି ଏହି ଡ୍ରାମା ଚାଲିଥିଲା ।

ଏନେଇ ପ୍ରଥମେ ତାଙ୍କୁ ୨୦୦୯ ମସିହାରେ ଗିରଫ୍ କରାଯାଇଥିଲା । ଏଥିରେ ତାଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ୨୦୧୫ ମସିହାରେ ଏହି ମାମଲାର ଶୁଣାଣି କରି ମେଦିନାପୁର ଜିଲ୍ଲା ଅଦାଲତ ମହତୋଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା ।

କହିରଖୁ କି ଗୋଟିଏ ସମୟରେ ଚକ୍ରଧର ମହତୋ ମାଓ ସଂଗଠନର ଜଣେ ବଡନେତା ଭାବେ ପରିଚିତ ଥିଲେ । ସେ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଥିଲେ । ଏହାପରେ ପୋଲିସ ହାତରେ ଧରାପଡି ଜେଲ ଯାଇଥିଲେ । ଜେଲରୁ ଫେରିବା ପରେ ସେ ତୃଣମୂଳ କଂଗ୍ରେସରେ ଯୋଗଦେଇ ମମତାଙ୍କ ଅତି ନିକଟତର ହୋଇଥିଲେ । ସେ ତୃଣମୂଳ କଂଗ୍ରେସର ରାଜ୍ୟ କୋର କମିଟି ସଦସ୍ୟବି ଥିଲେ ।
କୁହାଯାଉଛି କି ମେଦିନାପୁର ଅଞ୍ଚଳରେ ତାଙ୍କର ବଡ ଦବଦବା ଥିଲା । ସେ ଆଦିବାସୀ ମାନଙ୍କ ଭିତରେ ବେସ୍ ଲୋକପ୍ରିୟ ଥିଲେ । ସେ ତୃଣମୂଳ କଂଗ୍ରେସରେ ଯୋଗ ଦେବା ପରେ ମେଦିନାପୁରରେ ମମତା କାୟାବିସ୍ତାର କରିଥିଲେ ।