ପଶ୍ଚିମବଙ୍ଗରେ କଡା ମୁକାବିଲା । ପ୍ରାରମ୍ଭିକ ଟ୍ରେଣ୍ଡରେ କିଏ ଆଗରେ, କିଏ ପଛରେ?

278

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ କିଏ ମାରିବ ବାଜି? ଇଭିଏମ ଖୋଲିଛି, ଭୋଟ ଗଣତି ଆରମ୍ଭ ହୋଇଛି । ଆଉ ଏହାସହ ଧୀରେ ଧୀରେ ଫଳାଫଳ ସାମ୍ନାକୁ ଆସୁଛି । ପ୍ରାଥମ୍ଭିକ ପର୍ଯ୍ୟାୟ ଭୋଟଗଣତିରେ ଟିଏମସି-ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି । ରେସରେ କେତେବେଳେ ଟିଏମସି ଆଗଉଛି ତ ପୁଣି କେତେବେଳେ ବିଜେପି ଆଗକୁ ବଢୁଛି ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ଟିଏମସି ୮୨  ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୮୦ ଆସନରେ ଆଗୁଆ ରହିଛି । ଯାହା ଦର୍ଶାଉଛି ପଶ୍ଚିମବଙ୍ଗରେ କ୍ଲୋଜ ଫାଇଟ ଦେଖିବାକୁ ମିଳିପାରେ । କାହା ହାତକୁ ଶାସନ କ୍ଷମତା ଯିବ ତାହାର ଆକଳନ ଲଗାଇବା ଏବେଠୁ କଷ୍ଟକର ହୋଇପଡିଛି । ତେବେ ଚଳିତ ନିର୍ବାଚନ ବିଜେପିକୁ ବଡ ଫାଇଦା ଆଣି ଦେଇଛି । ଆଶା ଅନୁଯାୟୀ ବିଜେପି ପ୍ରଦର୍ଶନ କରୁଥିବା ବେଳେ ମମତାଙ୍କ ଟିଏମସି କିଛି ଆସନ ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ଏଗଜିଟ ପୋଲର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗରେ ସରକାର କିଏ ଗଢିବ ତାହାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି ।