ବିଜେପିର ଲୋକସଭା ପ୍ରାର୍ଥୀ ଭାରତୀ ଘୋଷ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ତ୍ରୁଣମୂଳ କଂଗ୍ରେସର ଗୁଣ୍ଡାମାନେ ପିଟିଛନ୍ତି। ସେ ଆଜି ନିଜର ମତଦାନ କରିବାକୁ ମତଦାନ କେନ୍ଦ୍ରକୁ ଆସୁଥିବା ବେଳେ ତାଙ୍କ ସହ ଏପରି ଘଟିଛି। ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭାରତୀ କହିଛନ୍ତି କି ‘ସକାଳୁ ଗୁଣ୍ଡାମାନେ ମୋତେ ମତଦାନ କେନ୍ଦ୍ରକୁ ଯିବାରୁ ରୋକିବାରେ ଲାଗିଛନ୍ତି। ମୋର ପୋଲିଂ ଏଜେଣ୍ଟଙ୍କୁ ବାଡ଼େଇବା ସହ ଅପହରଣ କରି ନେଇଛନ୍ତି। ଏପରିକି ଗୁଣ୍ଡାମାନେ ମୋତେ ମଧ୍ୟ ମାଡ଼ ମାରିଛନ୍ତି।’
ସେ ଆହୁରି ବି କହିଛନ୍ତି କି ‘ବୋମା ମାଡ଼ ସହ ପଥର ମାଡ଼ ବି ହୋଇଥିଲା। ମାତ୍ର କେହି ହେଲେ ମୋତେ ଏଫ୍ଆଇଆର୍ ରୁଜୁ କରିବାକୁ କହିଲେନି। ସେମାନେ ମୋତେ କୋତଓ୍ଵାଲି ପୁଲିସ୍ ଷ୍ଟେସନ୍ ଯିବାକୁ କହିଲେ। ଗୁଳି ମାଡ଼ ବି ହେଉଥିଲା।’ ଭାରତୀ ଘୋଷ ଅଭିଯୋଗ ଆଣିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରଛି। ସେ ଗୁଣ୍ଡାମାନେ କିଏ, କେଉଁଠୁ ଆସିଥିଲେ, କାହା ଇଙ୍ଗିତରେ ଓ କେଉଁ ଉଦ୍ୟେଶରେ ଏପରି ଘଟାଇଛନ୍ତି ସେ ନେଇ ତଦନ୍ତ ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/Capture-8.jpg)
/kanak/media/post_attachments/wp-content/uploads/2019/05/MM-300x196.jpg)