କନକ ବ୍ୟୁରୋ : ମେଘାଳୟ ନିର୍ବାଚନ ପରେ ଆଜି ଭୋଟ ଗଣତି ଜାରି ରହିଛି । ଫଳାଫଳ ଆରମ୍ଭରୁ ରାଜ୍ୟରେ ଏକ ଝୁଲା ବିଧାନସଭା ହେବ ବୋଲି ଆକଳନ କରାଯାଇଛି । ପ୍ରଥମଥର ପାଇଁ ମେଘାଳୟ ବିଧାନସଭାରେ ଭାଗ ନେଇଥିବା ଟିଏମସି ଏବେ ୭ଟି ଆସନରେ ଆଗୁଆ ଚାଲିଛି । ସେପଟେ ଏଠାରେ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ସେଭଳି କିଛି ଭଲ ହେବା ଭଳି ଅନୁମାନ କରାଯାଇ ନାହିଁ । ଏପର୍ଯ୍ୟନ୍ତ ଆସିଥିବା ନିର୍ବାଚନ ଫଳାଫଳ ମୁତାବକ କଂଗ୍ରେସ ମାତ୍ର ୭ଟି ଆସନରେ ଆଗୁଆ ଚାଲିଛି ।

Advertisment

ଏଠାରେ ଏନପିପି ସବୁଠାରୁ ବଡ ପାର୍ଟି ବୋଲି ପ୍ରମାଣ ହେବାକୁ ଯାଉଛି । ଏନପିପି ୧୯ଟି ଆସନରେ ଆଗୁଆ ରହିଛି । ଏଭଳି ସ୍ଥିତିରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ବୋଲି ଆଶଂକା କରାଯାଉଛି । ତେଣୁ ସରକାର ଗଠନରେ ଟିଏମସି ମୁଖ୍ୟ ଭୂମିକା ନିର୍ବାହ କରିପାରେ ବୋଲି କୁହାଯାଉଛି ।

ମେଘାଳୟ ବିଧାନସଭାର ମୋଟ ୬୦ଟି ଆସନ ହୋଇଥିବା ବେଳେ ଏନପିପିକୁ ଯଦି ୨୦ଟି ଆସନ ମିଳେ ତେବେ ଟିଏମସି ସହ କନରାଡ ସାଂଗମା ଟିଏମସି ସହ ମେଣ୍ଟ କରିପାରନ୍ତି ।