ଶାନ୍ତିନଗରରେ ଅଶାନ୍ତି । ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ଟେକାପଥର ଫିଙ୍ଗାଫିଙ୍ଗି, ବୁଥ ପାଖରେ ମୁହାଁମୁହିଁ ହେଲେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ ।

114

କନକ ବ୍ୟୁରୋ : ଆଜି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବିଧାନନଗରରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି। ଘଟଣାଟି ବିଧାନନଗର ଅଞ୍ଚଳର ଶାନ୍ତିନଗରେ ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ଗୋଟାଏ ମତଦାନ କେନ୍ଦ୍ର ନିକଟରେ ଏହି ସଂଘର୍ଷ ଘଟିଥିଲା। କୌଣସି କଥାକୁ ନେଇ ବିବାଦ ଦେଖାଦେବା ପରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ବିଜେପି ସମର୍ଥକମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ।

ଏହି ତୁମୁଳ ସଂଘର୍ଷ ବେଳେ ବିଧାନନଗରର ବିଜେପି ପ୍ରାର୍ଥୀ ସବ୍ୟସାଚୀ ଦତ୍ତ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଦତ୍ତ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ସମର୍ଥକମାନେ ବୁଥ୍‌ ଅକ୍ତିଆର କରିବାକୁ ଉଦ୍ୟମ କରୁଥିଲେ। ଏଥିରେ ବିଫଳ ହେବାରୁ ଗଣ୍ଡଗୋଳ ଆରମ୍ଭ କଲେ। ବିଧାନନଗର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସୁଜିତ ବୋଷଙ୍କ ବିପକ୍ଷରେ ବିଜେପି ସବ୍ୟସାଚୀ ଦତ୍ତଙ୍କୁ ପ୍ରାର୍ଥୀ କରାଇଛି।

ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ୧ କୋଟିରୁ ଅଧିକ ଭୋଟଦାତା ୩୪୨ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ।