କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଟିଏମସିକୁ ବଡ଼ ଝଟକା । ଟିଏମସି ହାତ ଛାଡ଼ିଲେ ୨ଜଣ ବିଧାୟକଙ୍କ, ୫୨ ଜଣ କାଉନସିଲର ଏବଂ ସିପିଏମର ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଆଉ ଦଳର ହାତ ଛାଡ଼ିଥିବା ଏହି ନେତାମାନେ ଶେଷରେ ବିଜେପିରେ ମିଶିଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ଟିଏମସି ବିଧାୟକ ବିଧାୟକ ଶୁଭ୍ରାଂଶୁ ରାୟ, ତୁଷାରାକାନ୍ତି ଭଟ୍ଟାଚାର୍ଯ୍ୟ । ଏବଂ ସିପିଏମ୍ ବିଧାୟକ ଦେବେନ୍ଦ୍ର ରୟ ।
TMC MLAs Subhranshu Roy, Tusharkanti Bhattacharjee and CPM MLA Devendra Roy joined BJP today in Delhi. Subhranshu is the son of BJP leader Mukul Roy and had been suspended by TMC recently. https://t.co/ajgprN4Ept
— ANI (@ANI) May 28, 2019
ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ଏବେ ମଧ୍ୟ ଅବ୍ୟାହତ ରହିଛି । ଦିଲ୍ଲୀସ୍ଥିତ ବିଜେପି ଅଫିସରେ ଅନୁଷ୍ଠିତ ଏକ ସମାରୋହରେ ସେମାନେ ବିଜେପିରେ ମିଶିଛନ୍ତି । ଏହା ପୂର୍ବରୁ ଟିଏମସି ଦଳ ବିରୋଧୀ କାମ ଲାଗି ଶୁଭ୍ରାଂଶୁ ରାୟଙ୍କୁ ୬ ବର୍ଷ ପାଇଁ ନିଳମ୍ବନ କରିଥିଲା ।
ସେପଟେ ଇସ୍ତଫା ଦେବା ପରେ ଶୁଭ୍ରାଶୁଂ କହିଛନ୍ତି ଯେ ଟିଏମସିରୁ ଆହୁରି ଅନେକ ବିଧାୟକ ଇସ୍ତଫା ଦେବାକୁ ବିଚାର କରୁଛନ୍ତି । ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଓ ଟିଏମସି ୨୩ଟି ଆସନ ଜିତିଥିଲା । ଏବେ ଉଭୟ ଟିଏମସି ଏବଂ ସିପିଏମର ବିଜୟୀ ବିଧାୟକମାନେ ଦଳର ହାତ ଛାଡ଼ି ପ୍ରମୁଖ ବିରୋଧୀ ତଥା ବିଜେପି କ୍ୟାମ୍ପରେ ଯୋଗଦେବାରୁ ଟିଏମସି ଏବ ହରଡ଼ ଘଣାରେ ପଡ଼ିଛି ।