ମାତ୍ର ସପ୍ତାହକ ମଧ୍ୟରେ ନରମିଗଲା ତାଲିବାନର ସ୍ବର । ବଦଳେଇବାକୁ ପଡିଲା ଭାରତ ବିରୋଧୀ ନିଷ୍ପତି ।

ମାତ୍ର ସପ୍ତାହକ ମଧ୍ୟରେ ନରମିଗଲା ତାଲିବାନର ସ୍ବର । ବଦଳେଇବାକୁ ପଡିଲା  ଭାରତ ବିରୋଧୀ ନିଷ୍ପତି ।

ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଥିଲା । ମାତ୍ର ଅଳ୍ପ କିଛି ଦିନ ପରେ ତାଙ୍କର ନିଷ୍ପତ୍ତି ବଦଳିଗଲା । ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଘୋଷଣା କରିଛି ।

ଆଫଗାନିସ୍ତାନ ପୁଣିଥରେ ଭାରତରେ ନିଜର ଦୂତାବାସ ଖୋଲିବାକୁ ଯାଉଛି।

ତାଲିବାନ ସରକାରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଏହି ସୂଚନା ଦେଇଛନ୍ତି । ଷ୍ଟାନିକଜାଇ କହିଛନ୍ତି ଯେ ଆଫଗାନିସ୍ତାନ ଖୁବ୍ ଶୀଘ୍ର ଭାରତରେ ନିଜର ଦୂତାବାସ ଖୋଲିବ। ତାଲିବାନ ନେତା କହିଛନ୍ତି ଯେ ଆଫଗାନିସ୍ତାନ ପଡୋଶୀ ଦେଶ ସହ ଭଲ ସମ୍ପର୍କ ଚାହୁଁଛି ।

ଆମେ ଆପଣଙ୍କୁ ଜଣେଇଦେବାକୁ ଚାହୁଁଛୁ  ଯେ ମାତ୍ର ଏକ ସପ୍ତାହ ପୂର୍ବରୁ ଆଫଗାନିସ୍ତାନ ଭାରତରେ ଥିବା ଏହାର ଦୂତାବାସର ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଥିଲା । | ଷ୍ଟାନିକଜାଇ ସ୍ଥାନୀୟ ଗଣମାଧ୍ୟମ ଆରଟିଆକୁ କହିଛନ୍ତି ଯେ ହାଇଦ୍ରାବାଦ ଏବଂ ମୁମ୍ବାଇରେ ଥିବା ଆଫଗାନିସ୍ତାନ କନସୁଲେଟର ଅଧିକାରୀମାନେ କାବୁଲର ନିର୍ଦ୍ଦେଶ ପରେ ଦୂତାବାସ ପରିଦର୍ଶନ କରିଛନ୍ତି । ଆମେ ଶୀଘ୍ର ନୂଆଦିଲ୍ଲୀରେ ଏକ ଦୂତାବାସ ଖୋଲି ପୁଣି କାକଜ ଆରମ୍ଭ କରିବୁ | ଆମେ ପଡୋଶୀ ଦେଶ ସହିତ ଭଲ ସମ୍ପର୍କ ଚାହୁଁଛୁ ।

ମାମୁଣ୍ଡଜେ ଭାରତ ସରକାରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ

ତାଲିବାନ ନେତାଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରଦୂତ ଫରିଦ ମାମୁଣ୍ଡଜେଙ୍କ ଅଧୀନରେ ଥିବା ମିଶନ କିଛି ଦିନ ପୂର୍ବରୁ ଭାରତ ସରକାରଙ୍କ ଉପରେ ଅଭିଯୋଗ କରିଥିଲା। ଆଶରଫ ଘାନି ସରକାରଙ୍କ ଦ୍ୱାରା ନିଯୁକ୍ତ ମାମୁଣ୍ଡଜେ ଭାରତ ସରକାର ସହଯୋଗ କରୁନଥିବା ଅଭିଯୋଗ କରିଥିଲେ । ମାମୁଣ୍ଡଜେ କହିଥିଲେ ଯେ ଭାରତ ସରକାରଙ୍କ ଦ୍ଵାରା କ୍ରମାଗତ ଭାବେ  ସମ୍ମୁଖୀନ ହେଉଥିବାଆହ୍ବାନ ଯୋଗୁ  ଦୂତାବାସକୁ ସବୁଦିନ ପାଇଁ ବନ୍ଦ କରିବାକୁ ପଡିବ।ମାମୁଣ୍ଡଜେ ଗତ କିଛି ମାସ ଧରି ଭାରତ ବାହାରେ ଅଛନ୍ତି । ତାଙ୍କୁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନି ନିଯୁକ୍ତ କରିଥିଲେ । ଆଶ୍ରାଫ ଘାନି ସରକାରଙ୍କ ଦ୍ଵାରା ନିଯୁକ୍ତ ଦୂତାବାସର କୂଟନୀତିଜ୍ଞମାନେ ମଧ୍ୟ ସେପ୍ଟେମ୍ବର ୩୦ ରେ ଘୋଷଣା କରିଛନ୍ତି ଯେ ଏହି ମିଶନ ଅକ୍ଟୋବର ୧ ରୁ କାର୍ଯ୍ୟ ବନ୍ଦ କରିବାକୁ ଯାଉଛି ।

ଆପଣଙ୍କୁ ଜଣେଇ ରଖୁଛୁ ଯେ  ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ମଧ୍ୟ କାବୁଲରେ ଥିବା ଦୂତାବାସକୁ ସାମୟିକ ଭାବେ ବନ୍ଦ କରି ଦେଇଥିଲା ।ତାଲିବାନ ହାତରେ ଶାସନଡୋରି ବର୍ତ୍ତମାନ ଆଫଗାନିସ୍ତାନର ଶାସନ ଡୋରି ତାଲିବାନଙ୍କ ହାତରେ ରହିଛି । ୨୦୨୧ ମସିହାରେ ତାଲିବାନ ଆଶରଫ ଘାନିଙ୍କୁ ଆଫଗାନିସ୍ତାନରେ କ୍ଷମତାରୁ ହଟାଇ ଦେଶ ଅଧିକାର କରିଥିଲା । ଫରିଦ ତାଙ୍କ ଦ୍ୱାରା ନିଯୁକ୍ତ ରାଷ୍ଟ୍ରଦୂତ ଅଟନ୍ତି ।  ଏହା ସମ୍ଭବ ଯେ ତାଲିବାନ ସରକାର ତାଙ୍କୁ ବଦଳେଇବାକୁ ଚାହୁଁଛନ୍ତି। ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ଦ୍ଵାରା ଭାରତର କୌଣସି ବଡ଼ ଚିନ୍ତା ନାହିଁ । ହଁ, ଏହା ଆଉ ଏକ କଥା ଯେ ଆଫଗାନିସ୍ତାନର ଅନେକ ଛାତ୍ର ଭାରତରେ ରହି ପାଠ ପଢୁଛନ୍ତି ।  ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe