କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଇଡି ନୋଟିସକୁ ଅଗ୍ରାହ୍ୟ କରିଦେଇଛନ୍ତି । ଜମି ବଦଳରେ ଚାକିରି ମାମଲାରେ ଚଳିତମାସ ୫ ତାରିଖରେ ଇଡିରେ ହାଜର ହେବାକୁ ନୋଟିସ କରାଯାଇଥିଲା । ହେଲେ ସେ ଆସନ୍ତାକାଲି ଇଡିରେ ହାଜର ହେବେନାହିଁ ବୋଲି ଆରଜେଡି ପକ୍ଷରୁ ସୂଚନା ରହିଛି ।

Advertisment

ଏହା ପୂର୍ବରୁ ମଧ୍ୟ ତେଜସ୍ୱୀ ଯାଦବକ ଓ ଲାଲୁ ଯାଦବଙ୍କୁ ଡିସେମ୍ବର ୨୨ ଓ ୨୭ ତାରିଖରେ ହାଜର ହେବାକୁ ଇଡି ନୋଟିସ କରିଥିଲା । ହେଲେ ଉଭୟ ସମାନ ସମୟରେ ଇଡିରେ ହାଜର ହୋଇନଥିଲେ । ଏହାପରେ ଇଡି ତରଫରୁ ପୁଣିଥରେ ତେଜସ୍ୱୀଙ୍କୁ ଜାନୁଆରୀ ୫ ତାରିଖରେ ଇଡିରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ହେଲେ ଏଥର ମଧ୍ୟ ସେ ଇଡି କାର୍ଯ୍ୟାଳୟରେ ହାଜର ହେବେନାହିଁ ବୋଲି ସୂତ୍ର ସୂଚନା ରହିଛି ।

ଜମି ବଦଳରେ ଚାକରି ମାମଲାରେ ଇଡି ଉଭୟ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ପଚରା ଉଚରା କରିବାକୁ ଚାହୁଁଛି । ଏହା ପୂର୍ବରୁ ମଧ୍ୟ ଇଡି ସମାନ ମାମଲାରେ ଲାଲୁ ଯାଦବ, ତେଜସ୍ୱୀ ତାଙ୍କ ପରିବାର ଲୋକଙ୍କୁ ସମାନ ମାମଲାରେ ଜେରା କରିସାରିଛି । ହେଲେ ଏହି ଜେରାର କିଛିଦିନ ପରେ ଏଭଳି କିଛି ଅନ୍ୟ ଅଭିଯୁକ୍ତଙ୍କୁ ଜେରା କରାଯାଇଥିଲା କି ସେମାନଙ୍କ ବୟାନ ଆଧାରରେ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଇଡିର ଟିମ୍ ବିସ୍ତାର ଭାବେ ଜେରା କରିବାକୁ ନୋଟିସ କରିଛି ।