ଆଜି ରାଜନଗର କୋର୍ଟରେ ହାଜର ହେବ ଗ୍ୟାଙ୍ଗଷ୍ଟର ଟିଟୋ : ୩୦ ଜୁଲାଇରୁ ଏସଟିଏଫର ରିମାଣ୍ଡରେ ଥିଲା ଟିଟୋ

Advertisment
ଆଜି ରାଜନଗର କୋର୍ଟରେ ହାଜର ହେବ ଗ୍ୟାଙ୍ଗଷ୍ଟର ଟିଟୋ : ୩୦ ଜୁଲାଇରୁ ଏସଟିଏଫର ରିମାଣ୍ଡରେ ଥିଲା ଟିଟୋ

source : YouTube

କନକ ବ୍ୟୁରୋ : ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ରିମାଣ୍ଡ ଅବଧି । ଗୋଟିଏ ପରେ ଗୋଟିଏ କଳାକାରନାମାର ଗୁମର ଖୋଲିଲା ପରେ ଆଜି ଏସଟିଏଫ ରାଜନଗର କୋର୍ଟରେ ଟିଟୋକୁ ହାଜର କରିବ । ଜୁଲାଇ ୩୦ ରେ ଟିଟୋକୁ ଚତୁର୍ଥ ପର୍ଯ୍ୟାୟ ରିମାଣ୍ଡରେ ଏସଟିଏଫ ନେଇଥିଲା ତେବେ ଟିଟୋକୁ ରିମାଣ୍ଡରେ ନେବା ସମୟରେ ଅନେକ ସୂଚନା ପୋଲିସ ପାଇଥିବା ଜଣାପଡିଛି । ଏହାସହ ଟିଟୋର ବ୍ୟାଙ୍କ ଏକାଉଣ୍ଟର ଖୋଳତାଡ ଆରମ୍ଭ କରିଛି ପୋଲିସ । ଏ ପଟେ ଗତକାଲି ଇଣ୍ଡିୟାନ ଅଏଲ କର୍ପୋରେସନର ୪ ଅଧିକାରୀଙ୍କୁ ଏସଟିଏଫ ପଚରାଉଚରା କରିଛି । କେଉଂ ପରିସ୍ଥିତିରେ ଏପରି ଭାବରେ ଅନୁକମ୍ପା ଦେଖାଇ ଟିଟୋକୁ ତାହାର ସ୍ତ୍ରୀ ନାମରେ ପେଟ୍ରୋଲ ପମ୍ପ ଦିଆଯାଇଥିଲା ସେ ବିଷୟରେ ମଧ୍ୟ ଏସଟିଏଫ ଅନେକ ଖୋଳତାଡ କରିଥିବା ଜଣାପଡିଛି । ଏହାସହ ତାହାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତାହାର ସହଯୋଗୀ କେବଳ ଔଷଧ ଦୋକାନ ନାମକୁ ମାତ୍ର କରିିଥିଲା କିନ୍ତୁ ପ୍ରକୃତରେ ସମସ୍ତ ପ୍ରକାରର ଅପରାଧୀମାମଲାରେ ଟିଟୋକୁ ସାହାର୍ଯ୍ୟ କରୁଥିବା ଏସଟିଏଫ ଜାଣିବାପାଇଁ ପାଇଛି । କେବଳ ଏତିକି ନୁହେଁ ଯାଜପୁର ପାଣିକୋଇଲିଠାରୁ ମିଳିଥିବା ସୈାକିନ କାରର ମଧ୍ୟ ତଦନ୍ତ ହେବା ସହ ଅନ୍ୟ କେଉଁ କେଉଁ ସ୍ଥାନରେ ଏପରି ଭାବରେ କଳାକାରମାନାକୁ ଲୁଚାଇ ରଖାଯାଇଛି ତାହାର ତଦନ୍ତ କରାଯାଇ ସମସ୍ତ ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe