କନକ ବ୍ୟୁରୋ : ଟିଟିଲାଗଡରେ ଚାଲିଛି କାଣ୍ଟେ କି ଟକ୍କର । ୫ ବର୍ଷ ପାଇଁ ନିଜର ସୁଖ ଦୁଖର ସାଥୀ ବାଛିବାକୁ ଗଣତନ୍ତ୍ରର ଏହି ମହାପର୍ବରେ ନିଜର ମୂଲ୍ୟବାନ ମତ ଦେଉଛନ୍ତି ଭୋଟର । ଟିଟିଲାଗଡ, ଟିଟିଲାଗଡ ବ୍ଳକ୍, ସଇଁତଳା ବ୍ଳକ୍ ଏବଂ ତେନ୍ତୁଳିଖୁଂଟି ବ୍ଳକକୁ ନେଇ ଟିଟିଲାଗଡ ନିର୍ବାଚନମଣ୍ଡଳୀ ଗଠିତ । ଚଳିତ ଥର ଏହି ଆସନରେ ରାଜ୍ୟର ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି । କିନ୍ତୁ ନିର୍ବାଚନ କୁରୁକ୍ଷେତ୍ରରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ଟୁକୁନି ସାହୁ
କଂଗ୍ରେସ: ସୁରେନ୍ଦ୍ର ସିଂ ଭୋଇ
ବିଜେପି: ଅଶୋକ ଦୋରା

ବିଜେଡି: ଟୁକୁନି ସାହୁ
- ୨୦୧୪ ବିଧାୟିକା
- ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କୁ ୧୪ ହଜାରରୁ ଅଧିକ ଭୋଟ୍ରେ ହରାଇଥିଲେ
- ଦ୍ୱିତୀୟ ଥର ପାଇଁ ଟିକେଟ୍ ଦେଇଛି ଦଳ

କଂଗ୍ରେସ: ସୁରେନ୍ଦ୍ର ସିଂ ଭୋଇ
- ପୂର୍ବତନ ବିଧାୟକ
- ଜଙ୍ଗଲ ବିଭାଗ ମନ୍ତ୍ରୀ ଥିଲେ
- ପୂର୍ବତନ ବିରୋଧୀ ଦଳ ନେତା

ବିଜେପି: ଅଶୋକ ଦୋରା
- ୨ ଥର ବ୍ଳକ୍ ଅଧ୍ୟକ୍ଷ
- ୭ ମାସ ତଳେ ବିଜେଡି ଛାଡି ବିଜେପିରେ ସାମିଲ
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ
- ଟୁକୁନି ସାହୁ ( ବିଜେଡି )

ମୁହାଁମୁହିଁ ପ୍ରାର୍ଥୀ
- ବିଧାୟିକା ଟୁକୁନି ସାହୁଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି

- କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ପୂର୍ବତନ ବିଧାୟକ, ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଥିଲେ

- ୨ଥର ବ୍ଳକ୍ ଅଧ୍ୟକ୍ଷ ଏବଂ ବିଜେଡି ଛାଡି ଆସିଥିବା ନେତା ଅଶୋକ ଦୋରା ହୋଇଛନ୍ତି ବିଜେପିର ପ୍ରାର୍ଥୀ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୬ ହଜାର ୨୯୧
- ମତ ଦେଇଥିଲେ – ୧ ଲକ୍ଷ ୭୦ ହଜାର ୮୨୩
- ଭୋଟଦାନ ହାର – ୭୫.୪୯%

୨୦୧୪ର ଫଳାଫଳ
ପ୍ରାର୍ଥୀ                             ଦଳ           ଭୋଟ           ପ୍ରତିଶତ           ଫଳାଫଳ
ଟୁକୁନି ସାହୁ                     ବିଜେଡି       ୭୧,୮୫୮        ୪୨.୦୭%        ବିଜୟୀ
ସୁରେନ୍ଦ୍ର ସିଂ ଭୋଇ               କଂଗ୍ରେସ      ୫୭,୮୩୬      ୩୩.୮୬%      ପରାସ୍ତ
ମହେନ୍ଦ୍ର କୁମାର ଠାକୁର        ବିଜେପି       ୨୫,୬୧୭          ୧୫.୦୦%        ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର ଟୁକୁନି ସାହୁ ନିର୍ବାଚନ ଜିତିଥିଲେ
- ୭୧ ହଜାର ୮୫୮ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କୁ ପରାସ୍ତ କରିଥିଲେ
- ୧୪ ହଜାର ୨୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

ଟିଟିଲାଗଡ ବିଧାନସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ବଲାଙ୍ଗୀର ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ବିଜେଡିର ଦବଦବା ରହିଛି
- ଯୋଗେନ୍ଦ୍ର ବେହେରା ୪ଥର ବିଧାୟକ ( ୨ଥର ଜନତା ଦଳ, ୨ଥର ବିଜେଡି )
- ୨୦୦୯ରେ କଂଗ୍ରେସର ସୁରେନ୍ଦ୍ର ସିଂ ଭୋଇ ବିଧାୟକ