ପ୍ରବଳ ଖରାରେ ତାତିଲା ଟିଟିଲାଗଡ: ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ

Advertisment
ପ୍ରବଳ ଖରାରେ ତାତିଲା ଟିଟିଲାଗଡ: ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ହେଉଛି ଟିଟଲାଗଡ । ଆଜି ଟିଟିଲାଗଡରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି । ଟିଟିଲାଗଡରେ ୪୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧ ୪୫, ବଲାଙ୍ଗୀର ୪୫ ରହିଛି ତାପମାତ୍ରା । ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ରାଜ୍ୟର ୨୧ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ୯ଟି ସ୍ଥାନରେ ଦିନ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି । ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡା, ଫୁଲବାଣୀ, ବରଗଡ ଓ ତାଳଚେର ଆଦି ସ୍ଥାନରେ ପ୍ରବଳ ତାତିରେ ସନ୍ତୁଳି ହୋଇଛନ୍ତି ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe