କନକ ବ୍ୟୁରୋ : ଭୋଟ ଗଣତି ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ବିରୋଧୀ ଦଳ ଇଭିଏମ୍ ଜାଲିଆତି ଅଭିଯୋଗ କରିଛନ୍ତି। କେତେକ ନେତା ଏସଂପର୍କରେ ଉତ୍ତେଜନାକାରୀ ମନ୍ତବ୍ୟ ଦେଇଥିବାରୁ ଭୋଟ୍ ଗଣତି ବେଳେ ବ୍ୟାପକ ହିଂସା ହୋଇପାରେ। କେନ୍ଦ୍ର ସରକାର ଏଭଳି ଆଶଙ୍କା ପ୍ରକାଶ କରିବା ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇ ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଏସଂପର୍କରେ ସମସ୍ତ ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ପତ୍ର ଲେଖାଯାଇଛି। ହିଂସାକାଣ୍ଡ ରୋକିବା ସହିତ ଏହାର ଉପଯୁକ୍ତ ମୁକାବିଲା କରିବା ଲାଗି ପତ୍ରରେ କୁହାଯାଇଛି।
ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି। ହିଂସା ରୋକିବା ପାଇଁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ସମସ୍ତ ଭୋଟ୍ ଗଣତି କେନ୍ଦ୍ର ଏବଂ ଇଭିଏମ୍ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ଶାନ୍ତି ବଜାୟ ରଖିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ସତର୍କ କରାଇ ଦିଆଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଠାରୁ ଏସଂକ୍ରାନ୍ତ ସୂଚନା ପାଇବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତତ୍ପରତାର ପ୍ରକାଶ କରିଥିବା ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/pol-1.jpg)