ଆଇପିଏଲ ମହାସମର : ହାଇଦ୍ରାବଦକୁ ହରାଇ ପ୍ରଥମ ଟିମ ଭାବେ ପ୍ଲେ ଅଫରେ ଗୁଜରାଟ

135

କନକ ବ୍ୟୁରୋ : ଆଇପିଏଲରେ ହାଇଦ୍ରାବାଦକୁ ହରାଇକୁ ପ୍ରଥମ ଟିମ୍ ଭାବେ ପ୍ଲେ ଅଫରେ ଗୁଜରାଟ । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ସନରାଜଜର୍ସ ହାଇଦ୍ରାବାଦକୁ ୩୪ ରନରେ ହରାଇଛି ଡିଫେଣ୍ଡିଙ୍ଗ୍ ଚାମ୍ପିୟନ ଗୁଜରାଟ ଟାଇଟନ୍ସ । ପ୍ରଥମ ବ୍ୟାଟିଂ କରି ଗୁଜରାଟ ୯ ୱିକେଟ୍ ହରାଇ ୧୮୮ ରନ କରିଥିଲା । ଜବାବରେ ହାଇଦ୍ରାବାଦ ୯ ୱିକେଟ ହରାଇ ୧୫୪ ରନ କରିବାରେ ସକ୍ଷମ ହୋଇଥିଲା ।

ଏହି ମ୍ୟାଚରେ ଯୁବ ବ୍ୟାଟର ଶୁଭମନ ଗିଲ ଆଇପିଏଲରେ ପ୍ରଥମ ଶତକ ମାରିଛନ୍ତି । ହାଇଦ୍ରାବାଦ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଘରୋଇ ଦଳ ପାଇଁ କେବଳ ଶୁବମନଙ୍କ ସହ ସାଇ ସୁଦର୍ଶନ ଦୁଇ ଅଙ୍କ ସ୍କୋର କରିଥିଲେ। ଏମାନଙ୍କ ବାଦ୍‌ କେବଳ ଅତିରିକ୍ତ ୧୩ରୁ ଦୁଇ ଅଙ୍କ ଆସିଥିଲା । ୫ ଜଣ ଖାତା ବି ଖୋଲିପାରିନଥିଲେ। ପ୍ରଥମ ଓଭରରେ ରିଦ୍ଧିମାନ ସାହା ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହେବା ପରେ ଶୁବମନ ଓ ସୁଦର୍ଶନ ଦ୍ବିତୀୟ ୱିକେଟ୍‌ରେ ୧୪୭ ରନ୍‌ ସଂଗ୍ରହ କରିଥିଲେ । ଅର୍ଦ୍ଧଶତକଠୁ ୩ ରନ୍‌ ଦୂରରେ ଥାଇ ସୁଦର୍ଶନ ଆଉଟ୍‌ ହୋଇଥିଲେ ବି ଶୁବମନ ରନ୍‌ ଗତିରେ ହ୍ରାସ କରିନଥିଲେ । ଅନ୍ୟପଟରୁ କୌଣସି ସହାୟତା ମିଳୁନଥିଲେ ବି ଶୁବମନ୍‌ ୫୬ ବଲ୍‌ରୁ ଶତକ (୧୦୧ ରନ୍‌, ୫୮ ବଲ୍, ୧୩ ଚୌକା, ୧ ଛକା) ଅର୍ଜନ କରିବା ପରେ ଶେଷ ଓଭରରେ ଆଉଟ୍‌ ହୋଇଥିଲେ ।

ତେବେ ଏହି ମ୍ୟାଚ ଜିତିବା ସହ ଗୁଜରାଟ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ସେପଟେସ୍ୱୁ ଟିମ ହାତରେ ଆଉ ଗୋଟିଏ , ଦୁଇଟି ମ୍ୟାଚ ରହିଛି । ଯଦି ପଏଣ୍ଟ ଟେବୁଲ ଦେଖାଯାଏ ଗୁଜରାଟ ପରେ ଚେନ୍ନାଇ, ମୁମ୍ବାଇ ପଏଣ୍ଟ ଟେବୁଲରେ ଦ୍ୱିତୀୟ ଏବଂ ତୃତିୟରେ ଅଛନ୍ତି । କିନ୍ତୁ ଏବେ ସୁଦ୍ଧା କିଏ ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ କେଉଁ ଟିମ ରହିବେ ତାହା ସ୍ଥିର ହୋଇନାହିଁ । ଗୁଜରାଟ ପ୍ଲେ ଅଫରେ ପହଂଚିଥିବା ବେଳେ ଦିଲ୍ଲୀ ଓ ହାଇଦ୍ରାବାଦ ଦୌଡରୁ ବାଦ ପଡିଛନ୍ତି । ହେଲେଏ ଏବେବି ପ୍ଲେ ଅଫ ରେସରେ ଅଛନ୍ତି ବାକି ୭ ଟିମ ପ୍ଲେ ଅଫ ଦୌଡରେ ଅଛନ୍ତି ।