ସମ୍ବଲପୁରରୁ ତିସ୍ୟା ପାଣିଗ୍ରାହୀ ହେଲେ ରାଜ୍ୟର ସର୍ବକନିଷ୍ଠ ସ୍କୁବା ଡାଇଭର । ଦୁବାଇରେ କରୁଛନ୍ତି ଶିକ୍ଷା ଗ୍ରହଣ, ଯୂକ୍ତରାଷ୍ଟ୍ର ଆମେରିକାରୁ ପାଇଲେ ପ୍ରମାଣପତ୍ର

183

କନକ ବ୍ୟୁରୋ : ଓଡ଼ିଶା ପାଇଁ ଗର୍ବ । ସମ୍ବଲପୁର ଝିଅ ତିସ୍ୟା ପାଣିଗ୍ରାହୀ ହେଲେ ସର୍ବ କନିଷ୍ଠ ସ୍କୁବା ଡାଇଭର । ତିସ୍ୟା ଏବେ ଦୁବାଇର ୱାଲ୍ଡ ରାଫେଲ୍ସ ଇଂଟରନ୍ୟାସନାଲ ଏକାଡ଼େମୀର ଛାତ୍ରୀ । ଶିକ୍ଷା ଗ୍ରହଣ କରିବା ସହିତ ସେ ସ୍କୁବା ଡାଇଭିଂରେ ଶିକ୍ଷା ଗ୍ରହଣ କରିଛନ୍ତି । ସମ୍ବଲପୁରର ଏହି ୧୦ ବର୍ଷର ଝିଅ ତିସ୍ୟା ପେଷାଦାର ଡାଇଭିଂ ପ୍ରଶିକ୍ଷଣ ସଂଘ ଦ୍ୱାରା ହୋଇଥିବା ସ୍କୁବା ଡ଼ାଇଭିଂ ପରୀକ୍ଷାରେ ଅଂଶ ଗ୍ରହଣ କରି ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି ।

ତିସ୍ୟା ପ୍ରଥମ ଶ୍ରେଣୀ ତାଲିମ ପରେ ପୂଲ ପ୍ରାକ୍ଟିକାଲ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରି ଆରବ ସାଗରର ଓମାନ ଉପସାଗରର ଗଭୀର ସମୁଦ୍ରରେ ଅନୁଷ୍ଠିତ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ ।ଏଥିରେ ସନ୍ତରଣ, ଡାଇଭିଂ ବ୍ୟତୀତ ଭାସମାନ ଅବସ୍ଥାରେ ବହୁତ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଥିଲେ । ଏହି କୃତିତ୍ୱ ପାଇଁ ତିସ୍ୟାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ପିଏଡ଼ିଆଇ ପକ୍ଷରୁ ଜୁନିଅର ଓପନ ୱାଟର ସ୍କୁବା ଡାଇଭର ପ୍ରମାଣପତ୍ର ମିଳିଛି । ଏହା ପାଇବାରେ ତିସ୍ୟା ଓଡ଼ିଶାର ସର୍ବକନିଷ୍ଠ । ତିସ୍ୟା ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରହୀଙ୍କ ଓ ପୂର୍ବତନ ସାଂସଦ ସ୍ୱର୍ଗତ ଶ୍ରୀ ବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ ଅଟନ୍ତି ।