ପୋଲିସଙ୍କୁ କିଏ ଦେବ ସୁରକ୍ଷା ? ତିସ୍ ହଜାରୀ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ପରେ ତେଜିଲା ବିବାଦ, କଳା ଫିତା ବାନ୍ଧି ବିକ୍ଷୋଭ କଲା ପୋଲିସ ବାହିନୀ ।

209

କନକ ବ୍ୟୁରୋ : ଉତ୍ତର ଦିଲ୍ଲୀର ତିସ୍‌ ହଜାରୀ ଅଦାଲତ ପରିସରରେ ଶୁକ୍ରବାର ଅପରାହ୍ନରେ ପୁଲିସ୍‌ ଓ ଓକିଲ ମୁହାଁମୁହିଁ ହେବାର ଦିନେ ଛାଡ଼ି ମଙ୍ଗଳବାର ଦିଲ୍ଳୀ ପୁଲିସ୍‌ କର୍ମଚାରୀ ପୁଲିସ୍‌ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନଭେମ୍ବର ୨ ତାରିଖରେ ପୁଲିସ୍‌ ଓ ଓକିଲ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ଭିତ୍ତି କରି ପୁଲିସ୍‌ କର୍ମୀମାନେ ଏହି ବିକ୍ଷୋଭ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନକାରୀ ପୁଲିସମାନେ ହାତରେ କଳା ଫିତା ବାନ୍ଧିଥିବାର ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ, ଉତ୍ତର ଦିଲ୍ଲୀର ତିସ୍‌ ହଜାରୀ ଅଦାଲତ ପରିସରରେ ଗାଡ଼ି ପାର୍କିଂକୁ ନେଇ ଶୁକ୍ରବାର ଅପରାହ୍ନରେ ପୁଲିସ୍‌ ଓ ଓକିଲ ମୁହାଁମୁହିଁ ହେବା ସହ ଗୁଳି ଚାଳନାରେ ଏକ ପୁଲିସ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ୨୦ ଜଣ ପୁଲିସ୍‌ କର୍ମୀ ଓ କିଛି ଓକିଲ ଆହତ ହୋଇଥିଲେ । ଏହି ବିବାଦ ସମୟରେ ସେଠାରେ ଉପସ୍ଥିିତ ଥିବା କିଛି ସାମ୍ବାଦିକଙ୍କୁ ବି ମାଡ଼ ମରାଯାଇଥିଲା ।