ବଢିଲା ହାଇଟେକ୍ ସିଏମଡି ତିରୁପତୀ ପାଣିଗ୍ରାହୀଙ୍କ ଅଡୁଆ : ଯୋଡିହେଲା ଅଭିଯୋଗର ନୂଆ ଫର୍ଦ୍ଦ

70

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ବଢିଲା ହାଇଟେକ୍ ସିଏମଡି ତିରୁପତୀ ପାଣିଗ୍ରାହୀଙ୍କ ଅଡୁଆ । ସୁପ୍ରିମକୋର୍ଟଙ୍କ ସର୍ତ ମୁତାବକ ସମସ୍ତ ଟଙ୍କା ପଇଠ କରି ଜାମିନ ବଳବତର ରଖିଥିବା ତିରୁପତି ପାଣିଗ୍ରାହୀଙ୍କ ନାଁରେ ଯୋଡି ହୋଇଛି ଅଭିଯୋଗର ନୂଆ ଫର୍ଦ୍ଦ । ଲୋକଙ୍କ ଠାରୁ ଟଙ୍କା ନେଇ ଜମି ଓ ଘର ଦେଉନଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଆଜି କ୍ରାଇମବ୍ରାଂଚର ଅପରାଧ ଶାଖାରେ ତିରୁପତି ପାଣିଗ୍ରାହୀ ଓ ତାଙ୍କର ୩ ଜଣ ସହଯୋଗୀଙ୍କ ବିରୋଧରେ ପାଖାପଖି ୨୦ ଜଣ ଲୋକ ଅଭିଯୋଗ କରିଛନ୍ତି । ଜେଲରୁ ଜାମିନରେ ଆସିବା ପରେ ଜମି ଓ ଘର ପାଇଁ  ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ଘର ନଦେଇ ଓଲଟା ୫୦ ହଜାର ଟଙ୍କା ଅଧିକ ମାଗୁଥିବା ଅଭିଯୋଗ ହୋଇଛି ।