କନକ ବ୍ୟୁରୋ : ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ମାମଲା । ବିଧାୟକ ଯେଉଁ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ତାଙ୍କ ପୂର୍ବତନ ସ୍ୱାମୀ ଆଜି ହାଜର ହେବେ ।
ଏନେଇ କଟକ ସବ୍ ରେଜିଷ୍ଟର କୋର୍ଟ ପକ୍ଷରୁ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ବିଜୟ ଶଙ୍କରଙ୍କ ପୂର୍ବ ବାନ୍ଧବୀ ସୋମାଲିକା ମଧ୍ୟ ହାଜର ହେବା ନେଇ ସୂଚନା ରହିଛି । ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ଆଜି ଚୂଡ଼ାନ୍ତ ନିଷ୍ପତି ହେବ ।