କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୂର୍ବତନ ବାନ୍ଧବୀ ସୋମାଲିକା ଦାସ କୋର୍ଟରେ ଦାୟର କରିଥିବା ମାମଲାର ଶୁଣାଣି ଶେଷ ହୋଇନଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି ବିଜୟ ଶଙ୍କର । ଏ ନେଇ ସୋମାଲିକା ମୁହଁ ଖୋଲିଛନ୍ତି । ଆଉ କହିଛନ୍ତି, ଏହା ବିରୋଧରେ ସେ ଆଇନଗତ ଲଢେଇ ଲଢିବେ । ଗତବର୍ଷ ବିଜୟ ଶଙ୍କର-ସୋମାଲିକା ବିବାଦ ରାଜ୍ୟର ରାଜନୀତିକୁ ସରଗରମ କରିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ସୋମାଲିକା ଦାସଙ୍କ ସହ ସମ୍ପର୍କକୁ ନେଇ ବିବାଦରୁ ମୁକୁଳିନଥିବାବେଳେ ବିବାହ ପାଇଁ କଟକ ସବିରେଜିଷ୍ଟ୍ରାର ଅଫିସରେ ଆବଦେନ କରିଛନ୍ତି ବିଜୟ ଶଙ୍କର । ସୋମାଲିକାଙ୍କୁ ନେଇ ବିଜୟ ଶଙ୍କରଙ୍କ ବିବାଦ କୋର୍ଟରେ ବିଚାରାଧୀନ ଥିବାବେଳେ ଏବେ ଅନ୍ୟ ଝିଅକୁ ବିବାହ ଆବେଦନ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଗତ ୨୧ ତାରିଖରେ ବିଜୟ ଶଙ୍କର ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଆବେଦନର ଏକମାସ ନୋଟିସ ଅବଧି ଶେଷ ପରେ ଏହି ବିବାହ ହେବ ।
କୁହାଯାଉଛି, ବିଜୟ ଶଙ୍କର ଦାସ କଟକର ଜଣେ ଝିଅକୁ ବିବାହ କରିବେ । । ପ୍ରଥମ ସ୍ୱାମୀଙ୍କ ସହ ସଂପକ୍ତ ମହିଳାଙ୍କ ଛାଡପତ୍ର ହୋଇସାରିଛି । ତାଙ୍କର ଏକ ପୁଅ ବି ଅଛି । ତେଣୁ ବିଜୟ ଶଙ୍କର କଟକ ସବରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିଛନ୍ତି ।
ପ୍ରଥମେ ସୋନାଲିକାକୁ ବିବାହ କରିବାକୁ ସ୍ଥିର କରିଥିଲେ ବିଜୟ ଶଙ୍କର ଦାସ । କିନ୍ତୁ ସଂପୃକ୍ତ ଝିଅର ଏଂଟ୍ରି ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗତବର୍ଷ ମେ ୧୭ ତାରିଖରେ ସୋମାଲିକାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର ଜଗସିଂହପୁର ସବରେଜିଷ୍ଟାର ଅଫିସରେ ଆବେଦନ କରିଥିଲେ । କିନ୍ତୁ ଏକମାସର ନୋଟିସ ଅବଧି ପରେ ବିବାହ ପାଇଁ ହାଜର ହୋଇନଥିଲେ । ଆଉ ଏହାକୁ ନେଇ ସୋମାଲିକା ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲା ଦାୟର କରିଥିଲେ । ପରେ ମାମଲା କୋର୍ଟକୁ ଯାଇଥିଲା ଓ ଏହା ଏବେ ବିଚରାଧୀନ ଅଛି । ଆଉ ଏବେ ପୁଣି ବିଜୟଶଙ୍କରଙ୍କ ବିବାହ ଆବେଦନଙ୍କୁ ପ୍ରଶ୍ନ ଉଠାଇଛନ୍ତି ସୋମାଲିକା । କହିଛନ୍ତି, ସେ ଏହା ବିରୋଧରେ ଲଢିବେ । ଆଇନ ଅନୁସାରେ ପଦକ୍ଷେପ ନେବେ । ତାଙ୍କୁ ଏଭଳି କାମ ପାଇଁ ସମର୍ଥନ ମିଳୁଛି । ତାଙ୍କ ପରିବାର ଏଥିପାଇଁ ସମର୍ଥନ ଦେଉଛନ୍ତି ।
ବିଜୟଶଙ୍କର ଓ ସୋମାଲିସା ଦାସଙ୍କ ବିବାଦ ଗତବର୍ଷ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ଏବେ ସୋମାଲିକା ଆଇନଗତ ପଦକ୍ଷେପ ନେବେ ବୋଲି କହିବା ପରେ ମାମଲା କୁଆଡେ ଯିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।