ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ଚୂଡାନ୍ତ ରିପୋର୍ଟକୁ ନେଇ ଆପତ୍ତି ଉଠାଇଲେ ବାନ୍ଧବୀ ସୋମାଲିକା

696

କନକ ବ୍ୟୁରୋ: ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ବିଧାୟକଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଦାଖଲ କଲେ ସୋମାଲିକା । ପୋଲିସର ଚୂଡାନ୍ତ ରିପୋର୍ଟ ବିଧାୟକଙ୍କୁ ଆଶ୍ୱସ୍ତି ଦେଇଥିଲେ ବି ପୁଣିଥରେ ସେ ଆଇନର ଜାଲରେ ବାନ୍ଧି ହେବାକୁ ଯାଉଛନ୍ତି । ସୋମାଲିକା ଆଣିଥିବା ଅଭିଯୋଗର କୌଣସି ସତ୍ୟତା ବା ସେମିତି ତଥ୍ୟ ପ୍ରମାଣ ମିଳୁନଥିବା ଦର୍ଶାଇ ଜଗତସିଂହପୁର ପୋଲିସ ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା । କିନ୍ତୁ ସୋମାଲିକା ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହିତ ଓକିଲଙ୍କ ସହ କୋର୍ଟରେ ହାଜର ହୋଇ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଛନ୍ତି ।