କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିବାଦରୁ ସଂପୂର୍ଣ୍ଣ ମୁକ୍ତି ପାଇନଥିବା ବେଳେ ବିବାହ ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ । କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ବିଜୟଶଙ୍କର ଦାସ ଆବେଦନ କରିଥିବା ସୂଚନା ମିଳିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ସେ କ୍ଲିନଚିଟ ପାଇନାହାନ୍ତି । ଆଉ ଏବେ ବିବାହ ପାଇଁ ଆବେଦନ କରିବା ବିଧାୟକଙ୍କ ଅଡୁଆ ବଢାଇବ ନାହିଁ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।