ଚାଲିଛି ଭୋଟ ଗଣତି, ତିର୍ତ୍ତୋଲରେ ଆଗଉଛି ବିଜେଡି । ୧୯ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 

Advertisment
ଚାଲିଛି ଭୋଟ ଗଣତି, ତିର୍ତ୍ତୋଲରେ ଆଗଉଛି ବିଜେଡି । ୧୯ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 

କନକ ବ୍ୟୁରୋ : ସମୟ ସରି ସରି ଚାଲିଛି । ଏହାସହ ଉପନିର୍ବାଚନ ଫଳାଫଳକୁ ନେଇ ବଢି ଚାଲିଛି ଉତ୍କଣ୍ଠା । ଦୁଇଟି ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ ଗଣତି । ଏବେ ୧୯ ରାଉଣ୍ଡ ଶେଷ ସୁଦ୍ଧା ୩ ହଜାର ୧୬୬ ଭୋଟ ସହ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ।

୧୯ ରାଉଣ୍ଡରେ ବିଜେଡି ୩ ହଜାର ୧୬୬ ଭୋଟ ପାଇଥିବା ବେଳେ ବିଜେପି ୨ ହଜାର ୧୧୫ ଖଣ୍ଡ ଭୋଟ ପାଇଛି । ସେହିପରି କଂଗ୍ରେସ ୫୫୨ ଖଣ୍ଡ ଭୋଟ ପାଇ ତୃତୀୟରେ ରହିଛି । ୧୮ ରାଉଣ୍ଡରେ ବିଜେଡି ୩ ହଜାର ୪୫ ଭୋଟି ପାଇଥିବା ବେଳେ ବିଜେପି ୨ ହଜାର ୪୭ ଖଣ୍ଡ ଭୋଟ ପାଇଛି । ସେହିପରି କଂଗ୍ରେସ ୬୩୨ ଭୋଟ ପାଇଥିଲା ।

୧୭ ରାଉଣ୍ଡରେ ମଧ୍ୟରେ ୩ ହଜାର ୫୫୪ ଖଣ୍ଡ ଭୋଟ ପାଇ ଆଗରେ ରହିଛି ବିଜେଡି । ସେହିପରି ବିଜେପି ୧ ହଜାର ୫୮୪ ଓ କଂଗ୍ରେସ ୬୦୯ ଖଣ୍ଡ ଭୋଟ ପାଇଛି । ୧୬ ରାଉଣ୍ଡରେ ବିଜେଡି ୩ ହଜାର ୭୭୮ ଭୋଟ ପାଇଥିବା ବେଳେ ବିଜେପି ୨ ହଜାର ୧୩୩ ଖଣ୍ଡ ଭୋଟ ପାଇଛି । ଏହାସହ କଂଗ୍ରେସ ୭୪୦ ଖଣ୍ଡ ଭୋଟ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe