ତିର୍ତ୍ତୋଲରେ ଗଡି ଚାଲିଛି ‘ବିଜୟ’ ରଥ । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ । କିଏ ପିନ୍ଧିବ ତିର୍ତ୍ତୋଲ ତାଜ ? ସନ୍ଧ୍ୟା ସୁଦ୍ଧା ହେବ ସ୍ପଷ୍ଟ ।

ତିର୍ତ୍ତୋଲରେ ଗଡି ଚାଲିଛି ‘ବିଜୟ’ ରଥ । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ । କିଏ ପିନ୍ଧିବ ତିର୍ତ୍ତୋଲ ତାଜ ? ସନ୍ଧ୍ୟା ସୁଦ୍ଧା ହେବ ସ୍ପଷ୍ଟ ।

କନକ ବ୍ୟୁରୋ: ତିର୍ତ୍ତୋଲରେ ଆଗେଇ ଚାଲିଛି ବିଜେଡି । ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗରେ ରହିଛି । ୧୩ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ୧୯ ହଜାର ୨୬୪ ଭୋଟରେ ଆଗରେ ରହିଛି । ତେବେ ୧୩ ରାଉଣ୍ଡରେ ବିଜେଡିର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୧୧୪ ଭୋଟ, ବିଜେପିକୁ ୨୦୯୨ ଭୋଟ ମିଳିଥିବା ବେଳେ ଆଗରେ ରହିଛି ବିଜେଡି । ସେହିପରି ୧୪ ରାଉଣ୍ଡରେ ବିଜେଡି- ୨୯୭୭, ବିଜେପି- ୧୨୯୫ ପାଇ ତିର୍ତ୍ତୋଲରେ ପଛରେ ରହିଛି ।

ତେବେ ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ମାଡି ମାଡି ଚାଲିଛି । ପ୍ରଥମ ରାଉଣ୍ଡରେ ବିଜେଡି ୩୮୫୨, ୨ୟ ରାଉଣ୍ଡରେ ୪୦୧୫, ୩ୟ ରାଉଣ୍ଡରେ ୩୫୩୭, ୪ର୍ଥ ରାଉଣ୍ଡରେ ୩୭୨୭, ୫ମ ରାଉଣ୍ଡରେ ୩୨୬୬, ୭ମ ରାଉଣ୍ଡରେ ୩୨୯୨, ୮ମ ରାଉଣ୍ଡରେ  ୩୫୧୦, ୯ମ ରାଉଣ୍ଡରେ  ୩୨୭୮, ୧୦ମ ରାଉଣ୍ଡରେ ୩୧୧୭, ୧୧ ରାଉଣ୍ଡରେ ୨୮୫୧, ୧୨ ରାଉଣ୍ଡରେ ୨୭୯୭, ୧୩ ରାଉଣ୍ଡରେ ୩୧୧୪, ୧୪ ରାଉଣ୍ଡରେ ୨୯୭୭ ଖଣ୍ଡ ଭୋଟ ପାଇବା ସହ ମୋଟ ୪୬୯୩୧ ପାଇ ନିକଟତମ ପ୍ରତିନ୍ଦନ୍ଦୀ ବିଜେପି ଠାରୁ ଆଗରେ ରହିଛି ।

ତେବେ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ଲଢେଇ କରୁଛନ୍ତି । ତିର୍ତ୍ତୋଲ ବିଜେଡିର ଗଡ ହୋଇଥିବା ବେଳେ ବିଜୟଙ୍କୁ ଅନୁକମ୍ପା ଭୋଟ ମିଳୁଥିବା ବି ଚର୍ଚ୍ଚା ହେଉଛି । ତେବେ କିଏ ପିନ୍ଧିବ ତିର୍ତ୍ତୋଲ ତାଜ ତାହା ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe