କନକ ବ୍ୟୁରୋ : ତିର୍ତ୍ତୋଲ ବିଜେପି ଅଫିସରେ ତୁମୁଳକାଣ୍ଡ । ତିର୍ତୋଲ ଆନନ୍ଦ ମଣ୍ଡପରେ ଥିବା ବିଜେପି ଅଫିସରେ ବିଳମ୍ବିତ ରାତିରେ କିଛି ଯୁବକ ଭଙ୍ଗାରୁଜା କରିଛନ୍ତି । ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ଉପସ୍ଥିତିରେ ଏହି ଭଙ୍ଗାରୁଜା ହୋଇଛି । ଏପରିକି ଅଫିସରେ ଲାଗିଥିବା ବ୍ୟାନରକୁ ଛିଡାଇଛନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗରେ ଅସନ୍ତୁଷ୍ଟ କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।
ଉପନିର୍ବାଚନ ପାଇଁ ଆଇନଶୃଂଖଳା ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି । ୩୭୩ ବୁଥ୍ ପାଇଁ ତିର୍ତ୍ତୋଲରେ ମୁତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର । ଭୋଟ୍ ସମୟରେ ନଜର ରଖିବେ ଫ୍ଲାଇଂ ସ୍କୁଆଡ୍ ଓ ସର୍ଭିଲାନ୍ସ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/29-20.jpg)
/kanak/media/post_attachments/wp-content/uploads/2020/10/IMG-20201030-WA0010.jpg)