ଜିନ୍ସ ବୟାନକୁ ନେଇ ବିବାଦରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ । କହିଲେ ‘ଏହା ଆମର ସଂସ୍କାର ନୁହେଁ’ ।

Advertisment
ଜିନ୍ସ ବୟାନକୁ ନେଇ ବିବାଦରେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ । କହିଲେ ‘ଏହା ଆମର ସଂସ୍କାର ନୁହେଁ’ ।

କନକ ବ୍ୟୁରୋ: ଫଟା ଜିନ୍ସକୁ ନେଇ ବିବାଦରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂହ ରାୱତ୍ । ପୂର୍ବରୁ ଜିନ୍ସକୁ ନେଇ ସେ ବିବାଦକୁ ଆସିଥିଲେ ବି ଏବେବି ସେହି ବୟାନରେ କାଏମ ଥିବା ଗଣମାଧ୍ୟମରେ ଦୃଢତାର ସହ ପ୍ରକାଶ କରିଛନ୍ତି । ଏହି ବୟାନକୁ ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥନ ମଧ୍ୟ ଥିବା ସେ ପ୍ରକାଶ କରିଛନ୍ତି । ଫଟା ଜିନ୍ସ ଆମ ସଂସ୍କାର ନୁହେଁ ବୋଲି ଗଣମାଧ୍ୟମରେ ଏକ ସାକ୍ଷାତକାରରେ ତୀରଥ ସିଂହ କହିଛନ୍ତି ।

ସୂଚନା ମୁତାବକ, ଗତ ବର୍ଷ ତୀରଥ ସିଂହ ଫଟା ଜିନ୍ସକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ସବୁ ମହଲରୁ ତାଙ୍କୁ ବିରୋଧର ସାମନା କରିବାକୁ ପଡିଥିଲା । ଏହାପରେ ସେ ଏପରି ମନ୍ତବ୍ୟ ପାଇଁ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଏବେ ସେ ଏହି ବାୟନରେ କାଏମ ଥିବା କହିଛନ୍ତି ।

ତୀରଥ ସିଂହ ରାୱତଙ୍କ କହିବା କଥା ଯେ, ସେ ଥରେ ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ପାଖ ସିଟରେ ଜନୈକା ମହିଳା ନିଜର ପିଲାମାନଙ୍କ ସହ ବସିଥିଲେ । ସେ କଟା ହୋଇଥିବା ଜିନ୍ସ ପିନ୍ଧିଥିଲେ । ତାଙ୍କ ସହ କଥା ହୋଇ ତାଙ୍କ ବିଷୟରେ ସମ୍ୟକ ଜାଣିବାକୁ ଚାହିଁଥିଲେ ତୀରଥ ସିଂହ ରାୱତ । ଆଉ ଜାଣିବାକୁ ପାଇଲେ ଯେ, ସେ ନିଜ ପିଲାଙ୍କୁ ନେଇ ଦିଲ୍ଲୀ ଯାଉଛନ୍ତି । ତାଙ୍କ ସ୍ୱାମୀ ଦିଲ୍ଲୀ ଜେଏନୟୁରେ ଜଣେ ପ୍ରଫେସର ଓ ସେ ନିଜେ ସେଠାରେ ଏକ ଏନଜିଓ ଚଳାଉଛନ୍ତି । ଏଠାରେ ରାୱତଙ୍କ ମନରେ ପ୍ରଶ୍ନ ଉଠିଥିଲା ଯଦି ଏନଜିଓ ପରି ଏକ ସମ୍ମାନଜନକ ଦାୟିତ୍ୱରେ ଜଣେ ମହିଳା ଯଦି ଏପରି କଟାଫଟା ଜିନ୍ସ ପିନ୍ଧନ୍ତି ତାହାଲେ ସେ ସମାଜକୁ କି ବାର୍ତ୍ତା ଦେବେ? ଏହାପରେ ସେ ଫଟା ଜିନ୍ସକୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ ।

କହିରଖୁଁ, ରାଜନୈତିକ ଅସ୍ଥିରତା ମଧ୍ୟରେ ୨୦୨୧ ମାର୍ଚ୍ଚରେ ତ୍ରିବେନ୍ଦ୍ର ସିଂ ରାୱତଙ୍କ ପରେ ତୀରଥ ସିଂହ ରାୱତଙ୍କୁ ବିଜେପି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିଥିଲେ । ହେଲେ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ର୍ଚ୍ଚାକୁ ଆସିଲେ । ଏହାମଧ୍ୟରୁ ଫଟା ଜିନ୍ସ ଏଥିଲା ଅନ୍ୟତମ ବିବାଦୀୟ ମନ୍ତବ୍ୟ । ଏହି କାରଣରୁ ତାଙ୍କୁ ହଟାଯାଇ ପୁଷ୍କର ସିଂହ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe