୧୫ ଅଗଷ୍ଟରେ ଟ୍ରାକ ଉପରେ ଦୌଡିବ ତ୍ରିରଙ୍ଗା ଟ୍ରେନ ! ଡିଜାଇନ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଲୋକମାନଙ୍କ ମନରେ ଜାଗି ଉଠିବ ଦେଶ ଭକ୍ତିର ପ୍ରେମ ।

72

ଅଗଷ୍ଟ ୧୫ରେ ସାରା ଦେଶରେ ସ୍ୱାଧୀନତା ଦିବସକୁ ଧୁମ ଧାମରେ ପାଳନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ରେଳବାଇ ମଧ୍ୟ ଏହି ଦିବସରେ ଏକ ମୂଖ୍ୟ ଭୁମିକା ଗ୍ରହଣ କରିବାକୁ ଯାଉଛି । ଭାରତୀୟ ରେଳବାଇ ସ୍ୱାଧୀନତା ଦିବସରେ ଏଭଳି ଏକ ଟ୍ରେନ ଟ୍ରାକ ଉପରକୁ ଆଣିବାକୁ ଯାଉଛି ଯହା ଅଗଷ୍ଟ ପନ୍ଦରରେ ଲୋକମାନଙ୍କୁ ବେସ ଆକୃଷ୍ଟ କରିବ । ରେଳବାଇ ତରଫରୁ ତ୍ରିରଙ୍ଗା ନାମକ ଏକ ଟ୍ରେନ ପ୍ରସ୍ତୁତ କରାଯାଇଛି । ଏହି ଟ୍ରେନ ଯେତେବେଳେ ସ୍ୱାଧୀନତା ଦିବସରେ ରେଳ ଧାରଣା ଉପରେ ଚାଲିବ ସେତେବେଳେ ଲାଗିବ ସତେ ଯେପରି ତ୍ରିରଙ୍ଗା ପତାକା ପବନରେ ଉଡୁଛି । ସବୁଠାରୁ ବଡ କଥା ହେଉଛି ଏହି ଟ୍ରେନରେ ବାଷ୍ପିୟ ଇଞ୍ଜିନ ଲଗାଯାଇଛି ।

ଏହି ଟ୍ରେନର ବିଶେଷତ୍ୱ ହେଉଛି ଏହାକୁ ତ୍ରିରଙ୍ଗା ପତାକା ଭଳି ସଜାଯାଇଛି । ଟ୍ରେନର ବଗିକୁ ସମ୍ପୁର୍ଣ୍ଣ ତ୍ରିରଙ୍ଗା ଭଳି ରଙ୍ଗିନ କରାଯାଇଛି । ସବା ଉପରେ ରହିଛି ନାରଙ୍ଗି, ମଝିରେ ଧଳା ଏବଂ ତଳେ ସବୁଜ ରଙ୍ଗରେ ସଜାଯାଇଥାବା ବେଳେ ବଗିର ମଝି ଅଶଂରେ ବାଇଗଣୀ ରଙ୍ଗରେ ଏକ ଚକ୍ର କରାଯାଇଛି ଯାହା ଏହି ଟ୍ରେନକୁ ତ୍ରିରଙ୍ଗାର ଆକାର ଦେଉଛି । ଏହି ଟ୍ରେନ ଅଗଷ୍ଟ ପନ୍ଦର ସୁଦ୍ଧା ଦିଲ୍ଲୀର ଟ୍ରାକ ଉପରେ ଦୌଡିବା ପାଇଁ ପ୍ରସ୍ତୁତ ହୋଇଯାଇଥିବ । ଏହି ଟ୍ରେନକୁ ରଙ୍ଗ କରିବା ପାଇଁ ପ୍ରାୟ ୧୫୦ କର୍ମଚାରୀ ଲାଗିପଡିଛନ୍ତି ।

ସୂଚନା ମୁତାବକ, ତ୍ରିରଙ୍ଗା ଟ୍ରେନକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ସଙ୍କେତ ଦେଇପାରନ୍ତି । ଏହି ଟ୍ରେନର ସବୁଠାରୁ ବଡ କଥା ହେଉଛି ଏହାକୁ ପେପର ମାଧ୍ୟମରେ ପେଣ୍ଟ କରାଯାଉଛି । ବଗି ଗୁଡିକରେ ପେପର ଲଗାଯାଇ ତା ଉପରେ ପେଣ୍ଟ ଲଗାଯାଉଛି । ଏହା ଦ୍ୱାରା ଟ୍ରେନ ଚାଲିବା ବେଳେ ପବନରେ ପତାକା ଉଡିଲା ଭଳି ପ୍ରତିତ ହେବ । ଏପରି ହୋଇପାରେ ଅଗଷ୍ଟ ପନ୍ଦର ଦିନ ଏହି ଟ୍ରେନରେ ବସିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିପାରେ କିନ୍ତୁ ଟ୍ରେନ ଭିତରେ ବସିବା ଅପେକ୍ଷା ବାହାରେ ରହି ଏହାର ସୁନ୍ଦରତାକୁ ଉପଭୋଗ କରାଯାଇ ପାରିବ ।