ଦେଶରେ ଏବେ ଚାଲିଛି ବୟାନ ରାଜନୀତି । ତାଜମହଲକୁ ନେଇ ଆରୋପ ପ୍ରତ୍ୟାରୋପ ଥମିନଥିବା ବେଳେ ପୁଣି ଟିପୁ ସୁଲତାନଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ । କର୍ଣ୍ଣାଟକ କଂଗ୍ରେସ ସରକାରଙ୍କ ପକ୍ଷରୁ ନଭେମ୍ବର ୧୦ରେ ଟିପୁ ସୁଲତାନ ଜୟନ୍ତୀ ପାଳନ ନେଇ ଘୋଷଣା କରାଯାଇଥିବା ବେଳେ ଏହାକୁ ନେଇ ବିବାଦ ଉପୁଜିଛି । ଲଗାତାର ଦୁଇ ବର୍ଷ ଧରି କଂଗ୍ରେସ ସରକାରଙ୍କ ପକ୍ଷରୁ ଟିପୁଙ୍କ ଜୟନ୍ତୀ ପାଳନ କରାଯାଇ ଆସୁଥିଲା ବେଳେ ବିଜେପି ଏହାକୁ ତୀବ୍ର ବିରୋଧ କରିଛି। ଏଥର ବି ନଭେମ୍ବର ୧୦ରେ ଟିପୁଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନନ୍ତ ହେଗଡ଼େଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡ଼େ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।
କେବଳ ସେତିକି ନୁହେଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଅନନ୍ତ । କହିଥିଲେ ଟିପୁ ସୁଲତାନ ହେଉଛନ୍ତି ଜଣେ ବଳାତ୍କାରୀ। ଜଣେ କି ଦୁଇଜଜଣ ନୁହେଁ ଏକାଧିକ ନାରୀଙ୍କ ବଳାତ୍କାରୀ ହେଉଛନ୍ତି ଟିପୁ। ସେହିପରି ୧୮ଶହ ଶତାବ୍ଦୀର ମହୀଶୂରର ଏହି ଶାସକଙ୍କୁ ଜଣେ ଗଣହତ୍ୟାକାରୀ ବୋଲି ଅଭିହିତ କରିଛନ୍ତି । ତେଣୁ ସେଭଳି ଜଣେ ଚରିତ୍ରହୀନ ଓ ବଳାକ୍ରାରୀ ବ୍ୟକ୍ତିଙ୍କର ଜନ୍ମଜୟନ୍ତୀ ପାଳନ କରିବା ଲଜ୍ଜାଜନକ ଓ ଦୁଃଖଦାୟକ ବୋଲି ହେଗଡେ କହିଛନ୍ତି । ଏହିପରିପ୍ରେକ୍ଷୀରେ ସେ କର୍ଣ୍ଣାଟକ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ। ଚିଠିରେ ଅତିଥି ତାଲିକାରୁ(ସରକାରୀଭାବେ ଚୂଡ଼ାନ୍ତ ହୋଇଥିବା) ତାଙ୍କ ନାମ ବାଦ ଦେବା ପାଇଁ ସେ ଜଣାଇଥିଲେ । ତେବେ ସେ ଏଥିପାଇଁ ସ୍ଥାନୀୟ ୨ ଜଣ ବିଜେପି ନେତାଙ୍କ ନାଁ ସୁପାରିଶ କରିଥିଲେ । ସେମାନେ ହେଲେ ବିଜେପି ସାଂସଦ ଶୋଭା କାରନ୍ଦାଲେଜ ଓ ନଳିନ କାତିଲ । ସେମାନେ ମଧ୍ୟ ଯୋଗଦେବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି ।
ସେପଟେ ଏହି ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେହେତୁ ଏହା ଏକ ସରକାରୀ କାର୍ୟ୍ୟକ୍ରମ ତେଣୁ ପ୍ରୋଟୋକଲ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ସିଏ ଯୋଗ ଦେବେ କି ନାହିଁ ଏହା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡ଼େ କହିଛନ୍ତି ଯେ, ଯଦି କର୍ଣ୍ଣାଟକ ସରକାର ଅତିଥି ତାଲିକାରେ ସରକାରୀଭାବେ ମୋ ନାମକୁ ସ୍ଥାନିତ କରିଛନ୍ତି ତେବେ ମୁଁ ଯୋଗ ଦେବାକୁ ଇଚ୍ଛୁକ। ହେଲେ ମଞ୍ଚରେ ମୁଁ ଟିପୁଙ୍କ ବିରୋଧରେ କହିବି । ରାଜ୍ୟ ସରକାର ତାଙ୍କୁ ଅଟକାଇପାରିବାର ଦମ ଅଛି ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପିର ଜଣେ ସ୍ଥାନୀୟ ମୁଖପାତ୍ର କହିଛନ୍ତି ଯେ, କର୍ଣ୍ଣାଟକ ସରକାର ଟିପୁଙ୍କ ଜୟନ୍ତୀ ପାଳନ କରି ହିନ୍ଦୁମାନଙ୍କୁ ଅପମାନ କରିଛନ୍ତି। ଟିପୁଙ୍କୁ ନେଇ କର୍ଣ୍ଣାଟକରେ ଏବେ ବୟାନବାଜି ଜୋର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/61167868.jpg)