କନକ ବ୍ୟୁରୋ: ଟି-୨୦ ବିଶ୍ୱ କପ ପାଇଁ ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି । ଆଜି ୱାର୍ମ ଅଫ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ସହ ଦେଖିବାକୁ ମିଳିଥିଲା ମହେନ୍ଦ୍ର ସିଂ ଧୋନୀଙ୍କୁ । ଏଥିରେ ଦେଖିବାକୁ ମିଳିଛି ଧୋନୀ ଭାରତୀୟ ଖେଳାଳିଙ୍କୁ ଟିପ୍ସ ଦେଉଛନ୍ତି । ବହୁଦିନ ପରେ ଟିମ ଇଣ୍ଡିଆର ଖେଳାଳିଙ୍କ ସହ ନଜର ଆସିଛନ୍ତି ଧୋନୀ । ଏଥର କିନ୍ତୁ ଖେଳାଳି ନୁହେଁ ବରଂ ମେଣ୍ଟର ଭାବେ ଟିମରେ ଯୋଗ ଦେଇଛନ୍ତି ।
ଭିନ୍ନ ଭିନ୍ନ ଖେଳାଳିଙ୍କ ସହ ନଜର ଆସିଛନ୍ତି ଧୋନୀ । ବିରାଟଙ୍କ ରଣନୀତ ପ୍ରସ୍ତୁତ କରୁଥିବା ବେଳେ ଇଶାନ କିଷାନଙ୍କୁ ୱିକେଟ କିପିଂର କୌଶଳ ଶିଖାଉଥିବାର ନଜର ଆସିଛନ୍ତି ଧୋନୀ । ଏହାସହ ଋଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଷାନ ଓ ଯଶପ୍ରୀତ ବୁମରାହଙ୍କ ସହ ଅଧିକ ସମୟ ବିତାଇଛନ୍ତି ଧୋନୀ ।
ଆଜି ଟିମ ଇଣ୍ଡିଆ ଇଂଲଣ୍ଡ ସହ ୱାର୍ମ ଅଫ ମ୍ୟାଚ ଖେଳୁଥିବା ବେଳେ ୨୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ଭେଟିବ ଭାରତ । ତେବେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ସହ ସବୁ ପ୍ରକାରର ରଣନୀତି ପ୍ରସ୍ତୁତ କରୁଛନ୍ତି ଧୋନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/ms_dhoni_1.jpg)