source : bravaradio.com
ଅନେକ ଲୋକ ଚଷମା ପିନ୍ଧିବା ପରେ ସେମାନଙ୍କ ନାକରେ ଦାଗ ପଡ଼ିଥାଏଏଥିପାଇଁ ବ୍ୟକ୍ତିର ମୁହଁ ଖରାପ ଦିଶିଥାଏ। ଆଉ ଯଦି ଆପଣ ବି ଏହି ସମସ୍ୟାରେ ଗତି କରୁଛନ୍ତି, ତେବେ ଆଦୌ ହେଲେ ବି ଚିନ୍ତା କରନ୍ତୁନି। ବରଂ ଆପଣ କେବଳ ଘର ମଧ୍ୟରେ ଉପଲବ୍ଧ ଥିବା ଏହି ସରଳ ଉପାୟର ହିଁ ସହାୟତା ନିଅନ୍ତୁ। ଆସନ୍ତୁ ଜାଣିବା ଏହି ସରଳ ଉପାୟ
କମଳା ଚୋପାରେ ଉପଚାର : କମଳାର ଚୋପାକୁ ଖରାରେ ଶୁଖାଇ ଏହାକୁ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏକ ଚାମଚ କମଳା ପାଉଡ଼ର ନେଇ ସେଥିରେ ଅଧା ଚାମଚ କ୍ଷୀରକୁ ମିଶ୍ରଣ କରି ଦାଗ ହୋଇଥିବା ନାକରେ ଲଗାନ୍ତୁ। ଶୁଖିବାକ୍ଷଣି ଆପଣ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଲେମ୍ବୁର ଉପଚାର : ଏକ ଚାମଚ ଲେମ୍ବୁର ରସ ସହିତ ଏକ ଚାମଚ ପାଣିକୁ ମିଶାଇ ଆପଣ ଏକ ତୁଳା ସାହାଯ୍ୟରେ ଚଷମା ପଡ଼ିଥିବା ଦାଗ ଉପରେ ଲଗାନ୍ତୁ। ଏହାପରେ ୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ରଖି ଶୁଖିଯିବା ପରେ ଧୋଇଦିଅନ୍ତୁ। ତେବେ ଆପଣଙ୍କୁ ଏହି ଉପାୟର ପ୍ରୟୋଗ ପ୍ରତ୍ୟେକ ଦିନ ଭାବରେ କରିବାକୁ ହେବ।
  
 Follow Us