ସଫଳତା ପାଇଁ ଆଇଏଏସ ଟପ୍ପରଙ୍କ ଟିପ୍ସ : କହିଲେ ନିଜ ପାଖରେ ଥିବା ସାମର୍ଥ୍ୟ ଓ ଦୁର୍ବଳତାକୁ ଚିହ୍ନ । ଅଯଥାରେ କାହାକୁ ଅନୁସରଣ କରନାହିଁ

ନିଜ ପାଇଁ ନିଜେ ପ୍ରସ୍ତୁତ କର ରଣନୀତି

519

କନକ ବ୍ୟୁରୋ : ସଫଳତା ପାଇଁ ଆଇଏଏସ ଟପରଙ୍କ ଟିପ୍ସ । କହିଲେ ନିଜ ପାଖରେ ଥିବା ସାମର୍ଥ୍ୟ ଓ ଦୁର୍ବଳତାକୁ ଚିହ୍ନ । ଅଯଥାରେ କାହାକୁ ଅନୁସରଣ କରନାହିଁ, ନିଜ ପାଇଁ ନିଜେ ପ୍ରସ୍ତୁତ କର ରଣନୀତି । ଏଭଳି ଟିପ୍ସ ଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା ୨୦୧୮ର ପରୀକ୍ଷାରେ ଟପ୍ପର । ଏହି ପରୀକ୍ଷାରେ ଓଡିଶାରୁ ଟପ୍ପର ହୋଇଛନ୍ତି ୬୦ତମ ସ୍ଥାନରେ ରହିଛନ୍ତି ଓଡିଶାର ଅନ୍ୟା ଦାସ । ଜଗତସିଂହପୁରର ସାହିତ୍ୟିକ ଇନ୍ଦୁ ଭୂଷଣ ଦାସଙ୍କ ଝିଅ ଅନ୍ୟା ଦାସ୍ । ସେହିପରି ୧୧୮ ତମ ସ୍ଥାନରେ ସୌମ୍ୟରଂଜନ ରାଉତ, ୧୧୯ ତମ ସ୍ଥାନରେ ଅଛନ୍ତି ଉପାସନା ମହାପାତ୍ର ।

ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି କନିଷ୍କ କଟାରିଆ । ସେହିପରି ମହିଳା ଟପ୍ପର ହୋଇଛନ୍ତି ସୃଷ୍ଟି ଜୟନ୍ତ ଦେଶମୁଖ । ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍କ କଟାରିଆ ଆଇଆଇଟି ମୁମ୍ବାଇରୁ କମ୍ପ୍ୟୁଟର ସାଇନ୍ସସରେ ଇଞ୍ଜିନିୟରିଂ ଶେଷ କରି ସାରିଛନ୍ତି । ତେବେ ଗଣିତ ବିଷୟ ନେଇ ସେ ଆଇଏଏସ ପରୀକ୍ଷା ଦେଇଥିଲେ । ସେହିପରି ମହିଳାମାନଙ୍କ ମଧ୍ୟରେ ଟପ୍ପର ହୋଇଥିବା ସୃଷ୍ଟି ଜୟନ୍ତ ଦେଶମୁଖ ପୁରା ତାଲିକାରେ ରହିଛନ୍ତି ପଂଚମ ସ୍ଥାନରେ । ଭୋପାଳର ରାଜୀବ ଗାନ୍ଧୀ ବୈଷୟିକ ବିଦ୍ୟାଳୟରୁ ସେ କେମିକାଲ ଇଞ୍ଜିନିୟରିଂ କରିସାରିଛନ୍ତି । ତାଲିକାର ୨୦୧୮ ସେପ୍ଟେମ୍ବର-ଅକ୍ଟୋବରରେ ଏହି ପରୀକ୍ଷା ହୋଇଥିଲା । ଏହାପରେ ୨୦୧୯ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ପର୍ସନାଲିଟି ଟେଷ୍ଟ ଏବଂ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ୨୦୧୮ରେ ସର୍ବଭାରତୀୟ ପରୀକ୍ଷାରେ ସାରାଦେଶରୁ ୭୫୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୫୭୭ ଜଣ ପୁରୁଷ ଏବଂ ୧୮୨ ଜଣ ମହିଳା । ପ୍ରଥମ ୨୫ ଜଣଙ୍କ ମଧ୍ୟରେ ୧୫ ଜଣ ପୁଅ ଓ ୧୦ ଜଣ ଝିଅ ରହିଥିବା ଜଣାପଡିଛି ।

ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରରୁ ଆଇଏଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ନବଲ କିଶୋର ଜୈନ । ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ନବଲ କିଶୋର ୩୫୦ ତମ ର‌୍ୟାଙ୍କ ହାସଲ କରିଛନ୍ତି । ନବଲ କିଶୋରଙ୍କ ଏପରି ସଫଳତା ଖବର ପରେ ପୁରା ଅଂଚଳରେ ଖୁସି ଖେଳିଯାଇଛି । ନବଲ କଂଟାବାଞ୍ଜିରୁ ପାଠପଢା ସାରିବା ପରେ ରାୟପୁରରେ ସିଏ ପାଠ ପଢିଥିଲେ । ଏହା ପରେ ଦିଲ୍ଲୀରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ପ୍ରଥମ ଉଦ୍ୟମରେ ହିଁ ନବଲ କିଶୋର ଆଇଏଏସ ପାଇବାରେ ସଫଳତା ହାସଲ କରିଛନ୍ତି ।