ଥାଇରଏଡ୍ ଏକ ଧନୁ ଆକାରର ଗ୍ରନ୍ଥି ଯାହା ଥାଇରଏଡ୍ ଥିବା ରୋଗୀଙ୍କ ଗଳାରେ ବଢିଥାଏ । ବିଶେଷଜ୍ଞଙ୍କ କହିବାନୁସାର ଥାଇରଏଡ୍ ହେଉଛି ଏକ ସାଧାରଣ ରୋଗ । ଯାହାର ସମ୍ଭାବନା ଆମ ଜୀବନରେ ତିନି ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ । ତେବେ ଆସନ୍ତୁ ଆଜି ଏଭଳି କିଛି ଟିପ୍ସ ଜାଣିବା ଯାହାଦ୍ୱାରା ଆପଣ ଏହି ରୋଗରୁ ନିଜକୁ ବଚାଂଇବାରେ ସକ୍ଷମ ହୋଇପାରିବେ ।
ସନ୍ତୁଳିତ ଆହାର : ସନ୍ତୁଳିତ ଆହାର ଖାଇବା ଥାଇରଏଡ୍ ପାଇଁ ସବୁଠାରୁ ଅଧିକ ଜରୁାରୀ । ଅନ୍ତ ଖରାପ ହେଲେ ଥାଇରଏଡ୍ ଭଳି ସମସ୍ୟା ଦେଖାଯାଇଥାଏ । ଏଭଳି ସମସ୍ୟାକୁ ରୋକିବା ପାଇଁ ସନ୍ତୁଳିତ ଆହାର ଖାଇବା ନିତାନ୍ତ ଆବଶ୍ୟକ । ପ୍ରତିଦିନ ଖାଦ୍ୟରେ ୪ ରୁ ୫ ପ୍ରକାର ପରିବା ଏବଂ ଫଳ ସାମିଲ କରନ୍ତୁ । ଅଧିକ ତେଲ ଏବଂ ମସାଲାଯୁକ୍ତ ତଥା ଫାଷ୍ଟଫୁଡ୍ ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ । ଯେଉଁ ଖାଦ୍ୟରେ ଚିନି,ଖାଦ୍ୟ ରଙ୍ଗ,କୃତ୍ରିମ ସ୍ୱାଦ ଏଭଳି ଖାଦ୍ୟକୁ ଖାଆନ୍ତୁ ନାହିଁ । ଏହାସହ ଚିନିସୀରାରେ ପ୍ରସ୍ତୁତ ମିଠେଇ ଖାଇବାରୁ ମଧ୍ୟ ଦୂରେଇ ରୁହନ୍ତୁ ।
ଓଜନ କମାନ୍ତୁ : ଏହି ରୋଗର ମୁଖ୍ୟ କାରଣ ହେଉଛି ଓଜନ ବଢିବା । ତେଣୁ ସୁସ୍ଥ ଶରୀର ପାଇଁ ମୋଟାପଣରୁ ଦୁରେଇ ରୁହନ୍ତୁ । ଏହାସହ ଆୟୋଡିନ୍ କମ୍ କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଏ । ବୟସ ବଢିବା ସହ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଖୁବ୍ ସାଧାରଣ । ସାମୁଦ୍ରିକ ଖାଦ୍ୟ,ହାଇବ୍ରିଡ୍ ପରିବା ଏବଂ ଆୟୋଡିନ୍ ଥିବା ଖାଦ୍ୟ ସେବନ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/p2_Thyroid_HL1803_gi879125820.jpg)
/kanak/media/post_attachments/wp-content/uploads/2019/06/gut_health_diet_skin_health_food_1024x1024-300x200.jpg)
/kanak/media/post_attachments/wp-content/uploads/2019/06/a-woman-standing-on-a-set-of-scales-300x200.jpg)