କ୍ୟାନ୍ସର ରୋଗକୁ ଚିହ୍ନିବାରେ ସହାୟକ ହେବ ଏହି ଛୋଟିଆ କ୍ୟାପସୁଲ୍ ! ଆପଣଙ୍କୁ କ୍ୟାନ୍ସର ହୋଇଛି କି ନାହିଁ ଚୁଟକି ମାରି ଜାଣିପାରିବେ ।

32

କ୍ୟାନ୍ସର ଭଳି ଜୀବନ ଘାତକ ରୋଗ ପାଇଁ ଲୋକେ ଯେଉଁଠି କେବଳ ଟେଷ୍ଟ କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଭଳି ସମୟରେ ଏମିତି ଏକ କ୍ୟାପସୁଲକୁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସ୍ୱଳ୍ପ ସମୟରେ ଆପଣଙ୍କୁ କ୍ୟାନ୍ସର ହୋଇଛି କି ନାହିଁ ତାହା ଜାଣିପାରିବେ । ସବୁଠାରୁ ଖାସ୍ କଥା ହେଉଛି କି ଏହି କ୍ୟାପସୁଲ୍ ପ୍ରାରମ୍ଭିକ କ୍ୟାନ୍ସର କୋଷିକାକୁ ଚିହ୍ନିବାରେ ସାହାଯ୍ୟ କରେ ।

ବୈଜ୍ଞାନିକଙ୍କ କହିବାନୁସାରେ ଏହି କ୍ୟାପସୁଲ୍ ର ସହାୟତାରେ ଆପଣ ପୂର୍ବରୁ କ୍ୟାନ୍ସର ହୋଇଛି କି ନାହିଁ ତାହା ଜାଣିପାରି ସତର୍କତା ଅବଲମ୍ବନ କରିପାରିବେ । ତେବେ ଏହି କ୍ୟାପସୁଲର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଜୋରସୋରରେ ସେୟାର ହେଉଛି । ଯାହାକୁ ଲୋକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଏହି କ୍ୟାପସୁଲ୍କୁ କେମ୍ଭ୍ରିଜ୍ ବିଶ୍ୱବିଦ୍ୟାଳୟରେ ପ୍ରସ୍ତୁତି କରିବା ନେଇ ଏହି ଭିଡିଓରେ ଦର୍ଶାଯାଇଛି ।

କ୍ୟାପସୁଲ୍ କୁ କିଭଳି ବ୍ୟବହାର କରିବେ ଏହାର ସମ୍ପୁର୍ଣ୍ଣ ତରିକା ଭିଡିଓରେ କୁହାଯାଇଛି । କ୍ୟାପସଲଟି ଗୋଟିଏ ସୁତାରେ ବାନ୍ଧି ହୋଇଥିବା ବେଳେ ଜଣେ ମହିଳାଙ୍କୁ ଖାଇବାକୁ ଦିଆଯାଏ । ଏହାପରେ କ୍ୟାପସୁଲ୍ ମହିଳାଙ୍କ ପେଟକୁ ଯାଏ ଏବଂ ସୁତାର ଆଉ ଏକ ଭାଗ ଡାକ୍ତରଙ୍କ ହାତରେ ଥାଏ । କ୍ୟାପସୁଲ୍ ମହିଳାଙ୍କ ପେଟକୁ ଯିବାପରେ ଏହା କାମ କରିବା ଆରମ୍ଭ କରିଦିଏ । ଭିଡିଓରେ ଦର୍ଶାଯାଇଛି କି କ୍ୟାପସୁଲ୍ ପେଟକୁ ଯିବାର କିଛି ସେକେଣ୍ଡ ପରେ ଫାଟି ଫୁଲିଯାଏ । ଏହାପରେ ସୂତା ସାହାଯ୍ୟରେ ଏହାକୁ ବାହାରକୁ ଅଣାଯାଏ । ଯେଉଁଥିରେ ମହିଳାଙ୍କ ବ୍ଲଡ୍ ସେଲ୍ସ ମଧ୍ୟ ବାହାରକୁ ବାହାରି ଆସେ । ପରମୁହୂର୍ତ୍ତରେ ଏହି ବ୍ଲଡ୍ ସେଲ୍ସର ଜାଞ୍ଚ୍ ପରେ କ୍ୟାନ୍ସରର ପରୀକ୍ଷା କରାଯାଏ । ତେବେ ଏହି କ୍ୟାପସୁଲର ନାଁ ‘Cytosponge’ ଯାହାକୁ କେମ୍ଭ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଶି ପ୍ରସ୍ତୁତ କରିଛନ୍ତି ।