ଟିନ୍ନିଟସ୍ ଓ ଏହାର ଘରୋଇ ଉପଚାର

180

କନକ ବ୍ୟୁରୋ: କିଛି ବ୍ୟକ୍ତିଙ୍କ ଠାରେ ଏହି ସମସ୍ୟା ଦେଖାଯାଉଥିଲେ ବି ଏହାକୁ ବିଜ୍ଞାନ ଭାଷାରେ କ’ଣ କୁହାଯାଏ ହୁଏତ ଅଧିକାଂଶ ଜାଣିନଥାଇପାରନ୍ତି । ଅନେକ ସମୟରେ ଏପରି ହୁଏ ଯେ, ଆପଣଙ୍କ କାନ ଭିତରେ କିଛି ଗୋଟେ ଗୁଣୁ ଗୁଣୁ ବା ଭିନ୍ନ ପ୍ରକାରର ଶବ୍ଦ ସୃଷ୍ଟି ହୁଏ ।ଭାରି ବିରକ୍ତ ଲାଗେ । ଏହି ସମସ୍ୟାକୁ କୁହାଯାଏ ‘ଟିନ୍ନିଟସ୍’ ।

ତେବେ ଶୁଣିବାର କ୍ଷମତା କମିଗଲେ କିମ୍ବା କାନରେ ମଇଳା ଜମିଗଲେ କିମ୍ବା କାନରେ କିଛି ଆଘାତ ଲାଗିଲେ ଏପରି ସମସ୍ୟା ଦେଖାଯାଏ । ଅନେକ ସମୟରେ ଜୋରରେ ସାଉଣ୍ଡ ଦେଇ ଗୀତ ଶୁଣିଲେ ମଧ୍ୟ ଏପରି ସମସ୍ୟା ଅନୁଭୂତ ହୁଏ ।ଏହାର ପ୍ରଭାବ ମସ୍ତିଷ୍କ ଓ ଦୈନିକ କାର୍ଯ୍ୟକଳାପ ଉପରେ ପଡେ । କିଛି ଘରୋଇ ଉପାୟ ଜରିଆରେ ଟିନ୍ନିଟସ୍ ପରି ରୋଗର ଉପଚାର ହୋଇପାରିବ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ।

ଆପଲ ସିଡାର ବା ଭିନେଗାରରେ ଆଣ୍ଟି ଫଙ୍ଗାଲ ଓ ଏହି ସମସ୍ୟାରୁ ମୁକ୍ତି ଦେବା ପରି ଗୁଣ ଥାଏ । ସଂକ୍ରମଣରୁ ହେଉଥିବା ଟିନ୍ନିସସ୍ ଉପଚାର ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଏ । ଏହା ଶରୀରରେ ଆଲକାଲାଇନ୍ ସ୍ତରକୁ ନିୟନ୍ତ୍ରଣରେ ରଖେ । ଏଥିପାଇଁ ଏକ ଗ୍ଲାସ ପାଣିରେ ଦୁଇ ଚାମଚ ଆପଲ ସିଡାର ଭିନେଗାର ଓ ଗୋଟିଏ ଚାମଚ ମହୁ ମିଶାଇ ଦିନରେ ୨ରୁ ୩ଥର ପିଇଲେ ଟିନ୍ନିଟସ୍ ସମସ୍ୟାରୁ ମୁକ୍ତି ମିଳେ ।

ଏହି ସମସ୍ୟା ପାଇଁ ଆଉ ଏକ ରାମବାଣ ହେଉଛି ତୁଳସୀ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ କାନରେ ସୃଷ୍ଟି ହୋଇଥିବା ଟିନି୍ନସସ୍ ପାଇଁ ଦାୟୀ ବ୍ୟାକ୍ଟେରିଆକୁ ମାରିବାକୁ ସହାୟକ ହୁଏ । ତୁଳସୀ ପତ୍ରକୁ ପେଷ୍ଟ କରି ପତଳା କପଡାରେ ଛାଣି ଏହାର ରସକୁ ବାହାର କରନ୍ତୁ ଏହି ରସକୁ ଅଳ୍ପ ଗରମ କରି ଦିନରେ ଦୁଇ ଥର ୨-୩ବୁନ୍ଦ ଲେଖାଏଁ କାନରେ ପକାଇଲେ ଟିନ୍ନିଟସ୍ ସମସ୍ୟା ଦୂର ହୋଇପାରିବ ।