‘ଟିଣ୍ଡର’ ଆପ ସଂପର୍କରୁ ଅପହରଣ ଲୁଟ୍ ଘଟଣା । ଅଭିଯୋଗ ଆଣିଥିବା ବ୍ୟାଙ୍କ ମ୍ୟାନେଜରଙ୍କ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ

ଗିରଫଙ୍କ ମଧ୍ୟରେ ଯୁବତୀ ଓ ତାଙ୍କର ୩ ସହଯୋଗୀ

374

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ‘ଟିଣ୍ଡର’ ଆପକୁ ନେଇ ବ୍ଲାକମେଲିଂ ଅଭିଯୋଗ ଘଟଣା । ୫ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଘଟଣାରେ ଅଭିଯୁକ୍ତ ଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ଅନ୍ୟପଟେ ଅପହରଣ, ଠକେଇ, ଚୋରି ଓ ହତ୍ୟା ଧମକ ଅଭିଯୋଗରେ ଯୁବତୀ ସମେତ ତାଙ୍କର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ଟିଣ୍ଡର ଆପରେ ବ୍ୟାଙ୍କ ମ୍ୟାନେଜର ଥିବା ସୁନୀଲ ମିଶ୍ରଙ୍କ ସହିତ ସୋନପୁର ଅଂଚଳର ଯୁବତୀଙ୍କ ସହିତ ପରିଚୟ ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ମାତ୍ର ୩ ଦିନର ସଂପର୍କ ଭିତରେ ସୁନୀଲଙ୍କର ଯୁବତୀଙ୍କ ସହିତ ପ୍ରେମ ହୋଇଯାଇଥିଲା । ଏହା ପରେ ଘଟିଥିଲା ଯୁବକଙ୍କୁ ଅପରହଣ , ଟଙ୍କା ଲୁଟ୍, ମରଣାନ୍ତକ ଆକ୍ରମଣ ଭଳି ଘଟଣା । ପୁରା ଘଟଣାରେ ପୋଲିସ ଏବେ ତଦନ୍ତ କରୁଛି । ଘଟଣା ପଛରେ ଏକ ଗ୍ୟାଙ୍ଗ ରହିଥିବା ପୋଲିସ ସନ୍ଦେହ କରିଛି ।