ଟିଣ୍ଡର ଆପ୍ ଘଟଣାରେ ବିଚିତ୍ର ମୋଡ । କୋର୍ଟ ଚାଲାଣ ହେଲେ ଅଭିଯୋଗକାରୀ , ଜାମିନ ପାଇ ଘରକୁ ଫେରିଲେ ଯୁବତୀ

Advertisment
ଟିଣ୍ଡର ଆପ୍ ଘଟଣାରେ ବିଚିତ୍ର ମୋଡ । କୋର୍ଟ ଚାଲାଣ ହେଲେ ଅଭିଯୋଗକାରୀ , ଜାମିନ ପାଇ ଘରକୁ ଫେରିଲେ ଯୁବତୀ

source : www.youthkiawaaz.com

କନକ ବ୍ୟୁରୋ : ଟିଣ୍ଡର ଆପ୍ ଘଟଣାରେ ବିଚିତ୍ର ମୋଡ । କୋର୍ଟ ଚାଲାଣ ହେଲେ ଅଭିଯୋଗକାରୀ ଆଉ ଜାମିନ ପାଇ ଘରକୁ ଫେରିଲେ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ଯୁବତୀ । ବ୍ଲାକମେଲିଂ ଓ ଅପହରଣର ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଟିଣ୍ଡର ଆପ୍ ମାମଲାରେ ଉଭୟ ପକ୍ଷର ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ମଧ୍ୟରେ ବ୍ୟାଙ୍କ ମ୍ୟାନେଜର ଓ ଯୁବତୀଙ୍କ ୩ ସହଯୋଗୀ ଅଛନ୍ତି । ସବୁଠାରୁ ବଡ କଥା ହେଉଛି, ଯୁବତୀଙ୍କୁ ଥାନାରୁ ଜାମିନ ଦେଇଛି ପୁଲିସ । ଯୁବତୀଙ୍କ ବିରୋଧରେ ଲାଗିଥିବା ଅପରାଧିକ ଷଡଯନ୍ତ୍ର ଓ ଅପହରଣ ମାମଲାର ଧାରା ୪୧ ଆଧାରରେ ନୋଟିସ୍ କରିଛି ପୁଲିସ ।

ଚର୍ଚ୍ଚା ହେଉଛି, ମାମଲା ପଲଟିଗଲା, ଆଉ ଅଭିଯୋଗକାରୀଙ୍କୁ ହିଁ କୋର୍ଟ ଚାଲାଣ କରାଯାଇଛି । ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ସଂଗୀନ ଦଫା ଲଗାଇଛି ପୁଲିସ । ଥଣ୍ଡା ପାନିୟରେ ନିଶା ଦେବା ଅଭିଯୋଗରେ ଦଫା ୩୨୮, ଏବଂ ଦୁଷ୍କର୍ମ କରିବା ଅଭିଯୋଗରେ ଦଫା ୩୭୬ରେ ମାମଲା ହୋଇଛି । ଯୁବତୀଙ୍କ ୩ ସହଯୋଗୀଙ୍କ ବିରୋଧରେ ବି ସଂଗୀନ ଦଫା ଲଗାଇଛି ପୁଲିସ, ଅପହରଣ କରିବା ୩୬୫, ଠକେଇ କରିବା ଦଫା ୪୨୦, ଅପରାଧିକ ଷଡଯନ୍ତ୍ର କରିବା ଦଫା ୧୨୦ ବି’, ଚୋରି ଅଭିଯୋଗରେ ଲାଗିଛି ୩୭୯ ଏବଂ ଏକାଧିକଙ୍କ ସଂପୃକ୍ତି ନେଇ ଦଫା ୩୪ରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe