ବିବାହ କଲେ ୟୁପିଏସସି ଟପ୍ପର! ବିବାହ ବନ୍ଧନରେ ଆବଦ୍ଧ ହେଲେ ୟୁପିଏସସି ଟପ୍ପର ଟିନା ଡାବି ।

ବିବାହ କଲେ ୟୁପିଏସସି ଟପ୍ପର! ବିବାହ ବନ୍ଧନରେ ଆବଦ୍ଧ ହେଲେ ୟୁପିଏସସି ଟପ୍ପର ଟିନା ଡାବି ।

image courtesy : The Indian Express

୨୦୧୫ର ୟୁପିଏସସି ଟପ୍ପର ଟିନା ଡାବି ଏବଂ ରନରଅପ ରହିସାରିଥିବା କାଶ୍ମୀର ଯୁବକ ଅତହର ଆମିଲ ଉଲ ସଫି ଖାନଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂବନ୍ଧ ବହୁ ଦିନରୁ ଚର୍ଚ୍ଚାରେ ଥିବାବେଳେ ନିକଟରେ ଦୁହେଁ ବୈବାହିକ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି । ଏହି ନବଦମ୍ପତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଶନିବାର ଜମ୍ମୁ-କାଶ୍ମୀରର ପହଲଗାମଠାରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ବିବାହରେ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ସହ ଡାବି ଶୁକ୍ରବାର ପହଲଗାମ କ୍ଲବରେ ପହଞ୍ଚିଥିଲେ । ସେଠାରେ ଦୁହିଁଙ୍କ ବିବାହ ଆୟୋଜନ କରାଯାଇଥିଲା । ବିବାହ ସମ୍ପନ୍ନ ହେବା ପରେ ଅତିଥିଙ୍କ ସହ ନବଦମ୍ପତୀ ଅତହରଙ୍କ ବାସଭବନ ଦେବପୋରା ମେଟନ ଯାଇଥିଲେ । publive-imageରିପୋର୍ଟ ଅନୁସାରେ, ଦିଲ୍ଲୀର ପର୍ସନାଲ ଆଣ୍ଡ ଟ୍ରେନିଙ୍ଗ ବିଭାଗରେ ଦୁହିଁଙ୍କ ଦେଖାସାକ୍ଷାତ ହୋଇଥିଲା ଯାହା ବନ୍ଧୁତା ଏବଂ ପରମୁହୂର୍ତ୍ତରେ ପ୍ରେମର ରୂପ ନେଇଥିଲା । ଦୁହିଁଙ୍କ ପ୍ରେମବିବାହକୁ ନେଇ ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମହାସଚିବ ମୁନ୍ନା କୁମାର ଶର୍ମା ଏହାକୁ ଲଭ ଜିହାଦର ଏକ ଅଂଶ କହିଥିଲେ । ଟିନା ଏହାର ପ୍ରତ୍ୟୁତ୍ତର ଦେବାକୁ ଯାଇ କହିଥିଲେ "ମୁଁ ସ୍ୱତନ୍ତ୍ର ଚିନ୍ତାଧାରା ରଖୁଥିବା ଜଣେ ନାରୀ ମୋ ପାଇଁ କ’ଣ ଭଲ ରହିବ ଏବଂ ଖରାପ ହେବ ତାହା ମୁଁ ଠିକ ରୁପେ ଜାଣିଛି । ପରିବାର ସହମ୍ମତି ଏବଂ ଜୀବନସାଥିଙ୍କ ବ୍ୟବହାର ମୋ ଜୀବନରେ ସୁଖ ଭରିଦେବ ତାହା ମୁଁ କଳନା କରୁଛି ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe