କନକ ବ୍ୟୁରୋ: ୟୁପିଆଇ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ନୂଆ ତରିକା । କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରାଙ୍କ କାହାଣୀକୁ ନେଇ ବେଶ ଚର୍ଚ୍ଚା । ଏମାନେ ଅନ୍ତଃରାଜ୍ୟ ଲୁଟେରା । ବିଭିନ୍ନ ରାଜ୍ୟରେ ଲୁଟ୍ କରୁଥିବାର ଅଭିଯୋଗ ରହିଛି ।

Advertisment
  • ରାଜ୍ୟରେ ସକ୍ରିୟ ତିନ୍ ପାହାଡ଼ି ଗ୍ୟାଙ୍ଗ
  • କ୍ଷଣିକରେ ସଫା କରୁଥିଲେ ବ୍ୟାଙ୍କ ଆକାଉଣ୍ଟ

ଭୁବନଶ୍ୱେର କ୍ୟାପିଟାଲ ଥାନା ପୋଲିସ ଗିିରଫ କରିଛି ଆଠଜଣ ଲୁଟେରାଙ୍କୁ । ଏମାନେ କୌଣସି ସାଧାରଣ ଲୁଟେରା ନୁହନ୍ତି । ଏମାନେ ହେଉଛନ୍ତି ସାରା ଭାରତର ବିଭିନ୍ନ ରାଜ୍ୟରେ ଲୁଟ କରି ଚହଳ ପକାଇଥିବା ତିନ୍ ପାହାଡି ଗ୍ୟାଙ୍ଗର ସଦସ୍ୟ । ଏହି ଆନ୍ତ ରାଜ୍ୟ ଲୁଟେରା ଗ୍ୟାଙ୍ଗର ଲୁଟର କାହାଣିିୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମୋ ବସ, ଜନଗହଳିପୂର୍ଣ୍ଣ ସ୍ଥାନ, ବଡ ବଡ ଉତ୍ସବ ସ୍ଥଳରେ ଲୁଟ କରିବା ପାଇଁ ପ୍ରଥମେ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରନ୍ତି ଏହି ଲୁଟେରା । ଟାର୍ଗେଟ ଫିକ୍ସ କରିବା ପରେ ସୁଯୋଗ ଦେଖି ଆଖି ପିଛୁଳାକେ ମୋବାଇଲ ଓ ଟଙ୍କା ନେଇ ଫେରାର ହୋଇଯାଆନ୍ତି । ଏହି ଗ୍ୟାଙ୍ଗର ଆଠ ଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ଲୁଟର ସମ୍ପୁର୍ଣ କାହାଣୀ ସାମନାକୁ ଆସିଛି । ଏକ ଅଭିନଭ ଢଙ୍ଗରେ ଏହି ଗ୍ୟାଙ୍ଗ ଦିର୍ଘଦିନ ଧରି ଲୋକଙ୍କୁ ଲୁଟିଚାଲିଥିଲେ । ଗୁରୁତ୍ୱପୁର୍ଣ କଥା ହେଉଛି ମୋବାଇଲ ଲୁଟିନେବା ଏହି ଗ୍ୟାଙ୍ଗର ମୂଳ ଉଦୈଶ୍ୟ ନଥାଏ ।

  • ଟାର୍ଗେଟରେ ରହିଥାଏ ମୋବାଇଲର ସିମ୍ କାର୍ଡ
  • ସିମକାର୍ଡ ଜରିଆରେ ୟୁପିଆଇ ଆକାଉଣ୍ଟକୁ ହ୍ୟାକ୍ କରିଥାନ୍ତି
  • ଓଟିପି ମାଧ୍ୟମରେ ଫୋନ-ପେ’, ଗୁଗୁଲ ପେ’ ପାସୱାର୍ଡ ବଦଳାଇଥାନ୍ତି
  • ଏହାପରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦିଅନ୍ତି ଲୁଟେରା

ଗ୍ୟାଙ୍ଗ ଦୁଇ ଭାଗରେ ବିଭକ୍ତ ହୋଇ କାମ କରେ । ପ୍ରଥମ ଗ୍ୟାଙ୍ଗ ଚୋରିର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥାଏ । କେତେବେଳେ ମୋ ବସ ଭିଡ ଭିତରେ ଲୋକଙ୍କ ପକେଟରୁ ମୋବାଇଲ ଚୋରାନ୍ତି ତ ଆଉ କେତେବେଳେ ଜନଗହଳିପୁର୍ଣ ସ୍ଥାନରେ ଜାଣିଶୁଣି କୃତ୍ରିମ ଭିଡ ସୃଷ୍ଟି କରିଥାନ୍ତି । ବ୍ୟାଗକୁ ଆଢ଼ୁଆଳ କରି ସତର୍କତାର ସହ ପକେଟରୁ ମୋବାଇଲ ଲୁଟି ନେଇଥାନ୍ତି । ସେପଟେ ଦ୍ୱିତୀୟ ଗ୍ୟାଙ୍ଗରେ ପ୍ରସ୍ତୁତ ଥାଆନ୍ତି ସାଇବର ଏକ୍ସପର୍ଟ । ଏମାନେ ଫୋନରୁ ସିମକାର୍ଡ ବାହାର କରି ନିଜ ଫୋନରେ ପକାଇଥାନ୍ତି । ୟୁପିଆଇ ଆକାଉଣ୍ଟକୁ ହ୍ୟାକ କରି ଆକାଉଣ୍ଟରେ ଥିବା ଟଙ୍କାକୁ ଚଳୁ କରିଥାନ୍ତି ।
ସୂଚନା ମୁତାବକ ଝାଡଖଣ୍ଡରେ ରହିଛି ଏହି ତିନ୍ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ଦରମା ଦେଇ ଅନେକ ଲୁଟେରାଙ୍କୁ ଏହି ଗ୍ୟାଙ୍ଗରେ ସେ ସାମିଲ କରିଛି । ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡିଶା, ଛତିଶଗଡ ସମେତ ଦେଶର ବିଭିନ୍ନ ରାଜ୍ୟରେ କରିଥାନ୍ତି ଲୁଟ । ବିଭିନ୍ନ ଥାନାରେ ଏହି ଗ୍ୟାଙ୍ଗ ନାରେ ପୁଳାପୁଳା ମାମଲା ରହିଛି । ଏହି ଗ୍ୟାଙ୍ଗର ଆଠଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ୨୨ଟି ମୋବାଇଲ, ୨୮ଟି ସିମକାର୍ଡ, ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ଆଠ ଜଣଙ୍କୁ ଗିରଫ କରିବା ସମୟରେ ଏମାନଙ୍କର ଆଉକିଛି ସହଯୋଗୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି କମିସନରେଟ୍ ପୁଲିସ ।