ବିକ୍ରି ହେଲା ପ୍ରସିଦ୍ଧ ଟାଇମ୍ ମାଗାଜିନ୍ । ୧୯ କୋଟି ଡଲାରରେ ଏହାର ମାଲିକ ମେରେଡିଥ୍ କର୍ପ ସେଲ୍ସଫୋର୍ସର ସହ-ସଂସ୍ଥାପକ ମାର୍କ ବେନିହୋଫ୍ ଏବଂ ତାଙ୍କ ସ୍ତ୍ରୀଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି । ରବିବାର ମେରେଡିଥ୍ ଏହି ଘୋଷଣା କରିଥିବା ବେଳେ ସେଲ୍ସଫୋର୍ସର ୪ଜଣ ସହ ସଂସ୍ଥାପକଙ୍କ ମଧ୍ୟରୁ ସେ ବେନିହୋଫଙ୍କୁ ଟାଇମ୍ ମାଗାଜିନ୍ ବିକ୍ରି କରିଥିବାର ସୂଚନା ଦେଇଥିଲେ । ଏହା ସହ ବେନିହୋଫ୍ ଦମ୍ପତି ଟାଇମ୍ ମାଗାଜିନରେ ପ୍ରତିଦିନର କାମ ଏବଂ ମାଗାଜିନ୍ ସହ ଜଡ଼ିତ କୌଣସି ନିଷ୍ପତ୍ତି ନେବେ ନାହିଁ । ଏହାର ନିଷ୍ପତ୍ତି ବର୍ତ୍ତମାନ ଟାଇମ୍ ମାଗାଜିନରେ ଥିବା ପରିଚାଳନା ବୋର୍ଡ଼ ନେବ ।
ନିଜ କମ୍ପାନୀ ପାଇଁ ମାର୍କ ବେନିହୋଫ୍ ଏବଂ ଲାଇନି ବେନିହୋଫଙ୍କ ଭଳି ଆଗ୍ରହୀ କ୍ରେତା ପାଇ ମୁଁ ଖୁସି ବୋଲି ମେରେଡ଼ିଥ୍ କହିଛନ୍ତି । ୯୦ବର୍ଷ ଧରି ଟାଇମ୍ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲା । ଟାଇମ୍ ମାଗାଜିନ୍ ବିକ୍ରି ପରେ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ସାରା ବିଶ୍ୱରେ ଟାଇମ୍ ମାଗାଜିନର ପ୍ରଭାବ କେତେ ତାହା ସମସ୍ତଙ୍କୁ ଜଣା ଓ ଏଭଳି ଗୋଟେ କମ୍ପାନୀକୁ କିଣିବା ଭାଗ୍ୟର କଥା ବୋଲି କହିଛନ୍ତି ମାର୍କ ବେନିହୋଫ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/TIMEKB-300x223.jpg)