ଶୀତଦିନ ପାଇଁ ଶ୍ରୀମନ୍ଦିର ଧ୍ୱଜା ବନ୍ଧା ସମୟର ହେଲା ପରିବର୍ତନ

Advertisment
ନିଲାମ କବଳରୁ କେବେ ମୁକୁଳିବ ବଡଦେଉଳ । ବାହାର ଦୀପ ଭିତରେ ମନା ହେଲେ ଭିତରେ ଜାଳିବାକୁ ହେଲେ ଟଙ୍କାକର ଦୀପକୁ ୧୦ ଟଙ୍କା । ରୋହିଣୀ କୁଣ୍ଡର ପାଦୁକ ପାଇଁ ଦେବାକୁ ପଡୁଛି  ୧୦୦ ଟଙ୍କା

source : Jagannath Temple

କନକ ବ୍ୟୁରୋ : ଶୀତ ଦିନ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ନୀଳଚକ୍ର ଧ୍ବଜା ବନ୍ଧା ସମୟରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ଧ୍ବଜା ଦାଖଲ ଓ ବନ୍ଧା ସମୟ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଥିବା ଶ୍ରୀମନ୍ଦିର ପ୍ରଶାସନର ଶାଖା କାର୍ଯ୍ୟାଳୟରେ ଅପରାହ୍ଣ ୪ଟା ସୁଦ୍ଧା ଧ୍ବଜା ଦାଖଲ କରୁଥିଲେ।

ଅପରାହ୍ଣ ୫ଟାରେ ନୀଳଚକ୍ରରେ ଧ୍ବଜା ବନ୍ଧା ହେଉଥିଲା। ପରିବର୍ତିତ ସମୟ ଅନୁଯାୟୀ, ଭକ୍ତମାନେ ଏଥର ଅପରାହ୍ଣ ୩ଟା ସୁଦ୍ଧା ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ଧ୍ବଜା ଦାଖଲ କରିବେ। ଅପରାହ୍ଣ ୪ଟାରେ ନୀଳଚକ୍ରରେ ଧ୍ବଜା ବନ୍ଧା ହେବ ବୋଲି ଶ୍ରୀ ପୂଜାପଣ୍ଡ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe