ଆଇପିଏଲରୁ ବିଦା ହେବା ପରେ କୋହଲିଙ୍କ କ୍ୟାପଟେନସିପକୁ ନେଇ ପ୍ରଶ୍ନ ଉଠାଇଲେ ଗୌତମ ଗମ୍ଭୀର । କହିଲେ, ଅଧିନାୟକତ୍ୱ ଛାଡିଦିଅନ୍ତୁ ବିରାଟ ।

1,959

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶଜନକ ବ୍ୟାଟିଂ କରିଛି । ଶୁକ୍ରବାର ଏଲିମିନିଟର ମୁକାବିଲାରେ ହାଇଦ୍ରାବାଦ ଠାରୁ ୬ୱିକେଟରେ ହାରି ବିଦାୟ ନେବାକୁ ବାଧ୍ୟ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଉ ଏହି ମ୍ୟାଚ ପରେ ବାଙ୍ଗାଲୋରର ଚଳିତ ଆଇପିଏଲ ଯାତ୍ରା ଶେଷ ହୋଇଛି । ଯାହାକୁ ନେଇ କୋହଲି ବାହିନୀକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏହାକୁ ନେଇ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର କୋହଲିଙ୍କୁ କଡ଼ା ଟିପ୍ପଣୀ ଦେଇଛନ୍ତି ।

ବିରାଟଙ୍କୁ ଗମ୍ଭୀରଙ୍କ କଡ଼ା ଟିପ୍ପଣୀ । ୮ବର୍ଷ ଭିତରେ ମିଳିନି ଗୋଟିଏ ବି ଟ୍ରଫି । ଆଇପିଏଲରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବାହାରି ଯିବା ପରେ କ୍ୟାପଟେନ କୋହଲିଙ୍କୁ ଟାର୍ଗେଟ କରିଛନ୍ତି ଗୌତମ ଗମ୍ଭୀର । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଆଇପିଏଲ ଟିମ୍ ରୟାଲ ଚ୍ୟାଲେଜର୍ସ ବାଙ୍ଗାଲୋରର ଟ୍ରଫି ହାତେଇବା ସ୍ୱପ୍ନ ଅଧାରେ ରହିଯାଇଛି । ଶୁକ୍ରବାର ଏଲିମିନେଟର ମୁକାବିଲାରେ ହାଇଦ୍ରାବାଦ ଠାରୁ ୬ୱିକେଟରେ ହାରି ବିଦାୟ ନେଇଛି ଆରସିବି । ୨୦୧୩ରୁ ସମ୍ପୂର୍ଣ୍ଣ ଭାବେ ଆରସିବିର ଅଧିନାୟକ ପଦ ସମ୍ଭାଳିଛନ୍ତି ବିରାଟ । ତାଙ୍କ ଅଧିନାୟକତ୍ୱରେ ଦଳ ୨୦୧୬ରେ ପ୍ରଥମ ଥର ପାଇଁ ଫାଇନାଲରେ ପହଂଚିଥିଲା । କିନ୍ତୁ ଟ୍ରଫି ହାତେଇ ପାରିନଥିଲା ।

ଏହାକୁ ନେଇ ଭାରତୀୟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ବିରାଟ କୋହଲିଙ୍କ ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି । ଗମ୍ଭୀର କହିଛନ୍ତି ୮ବର୍ଷ ଧରି ଅଧିନାୟକତ୍ୱ ପଦରେ ଥିବା ବିରାଟ ଗୋଟିଏ ଥର ମଧ୍ୟ ଟ୍ରଫି ହାତେଇପାରିନାହାନ୍ତି । ତେଣୁ ସେ ଅଧିନାୟକ ପଦରୁ ହଟିଯିବା ଦରକାର । ଟ୍ରଫି ଜିତିବାରେ ବିଫଳ ହୋଇଛି ଟିମ୍ । ଏଥିପାଇଁ କ୍ୟାପ୍ଟେନଙ୍କୁ ଜବାବ ଦେବାକୁ ପଡିବ । କୋହଲି ଆଗକୁ ଆସି ଏହି ପରିଣାମର ଦାୟିତ୍ୱ ନେବା ଦରକାର । କାରଣ ବିନା ଟ୍ରଫିରେ ୮ବର୍ଷ ବହୁତ ଲମ୍ବା ସମୟ । କୋଲକାତା ନାଇଟ ରାଇଡ଼ର୍ସକୁ ଦୁଇ ଥର ଚାମ୍ପିଆନ୍ ବନାଇଥିବା କ୍ୟାପ୍ଟେନ୍ ଗୌତମ ଗମ୍ଭୀର ଏକ ସାକ୍ଷାତକାରରେ ଏହା କହିଛନ୍ତି । ଯଦି ଫ୍ରାଂଚାଇଜର ପ୍ରଭାରୀ ହୋଇଥାଆନ୍ତେ ତେବେ ସେ କ’ଣ ଅଧିନାୟକ ବଦଳାଇ ଦେଇଥାଆନ୍ତେ ବୋଲି ଗମ୍ଭୀରଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ଦେଇ ଗମ୍ଭୀର କହିଛନ୍ତି ହଁ ସେ କ୍ୟାପଟେନ ବଦଳାଇଥାଆନ୍ତେ ।

ସେପଟେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରାଟଙ୍କୁ ତାଙ୍କ ଟିମର ବିଫଳତା ପାଇଁ ଦାୟୀ କରିଛନ୍ତି ପ୍ରଶଂସକ । ଆଉ ଆରସିବିକୁ ନୂଆ କ୍ୟାପଟେନ ଜରୁରୀ ବୋଲି ମଧ୍ୟ ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।