ସେନାଧ୍ୟକ୍ଷ କହିଲେ ପାକିସ୍ତାନକୁ ଦିଆଯିବ କଡା ଜବାବ ! ସେପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରସ୍ତାବିତ କଥାବାର୍ତ୍ତାକୁ ବାତିଲ କଲେ ମୋଦି ସରକାର ।

Advertisment
ସେନାମୁଖ୍ୟ ବିପିନ ରାୱତଙ୍କ ବଡ଼ ବୟାନ । ସରକାର ନିଷ୍ପତି ନେଲେ ପାକ୍ ଅଧିକୃତ କାଶ୍ମୀରରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ପ୍ରସ୍ତୁତ

ପାକିସ୍ତାନ ଯେଉଁ ଭାଷା ବୁଝେ ତାକୁ ସେହି ଭାଷାରେ ଜବାବ ଦେବାର ସମୟ ଆସିଯାଇଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ସିଂ ରାଓ୍ଵତ । ସେ କହିଛନ୍ତି ଯେ ପାକିସ୍ତାନ ଓ ଆତଙ୍କତବାଦୀଙ୍କ ବର୍ବରତାର ଦୃଢ ଦେବା ପାଇଁ ସମୟ ଆସିଛି । ଆମେ ପାକିସ୍ତାନ ପରି ବର୍ବର ହେବା ନାହିଁ, କିନ୍ତୁ ସେମାନଙ୍କୁ ମନେ ରଖିବାଭଳି ଏକ ଜବାବ ଦିଆଯିବା ଉଚିତ । ପାକିସ୍ତାନ ସହିତ କଥାବାର୍ତ୍ତା ପ୍ରସଙ୍ଗରେ ସେ କହିଛନ୍ତି ଯେ ଆତଙ୍କବାଦ ଓ କଥାବାର୍ତ୍ତା ଏକା ସଙ୍ଗରେ ଚାଲିପାରିବ ନାହିଁ । ଏଣୁ ସରକାର କଥାବାର୍ତ୍ତା ବାତିଲ କରି ଠିକ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ରାଫେଲ ବିମାନ କିଣା ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେବାକୁ ସେ ମନା କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ସୀମାରେ ବିଏସଏ ଯବାନଙ୍କୁ ପାକିସ୍ତାନ ସୈନ୍ୟ ମାନଙ୍କ ଦ୍ୱାରା ବିଭତ୍ସ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ମୋଦି ସରକାର ଭାରତ ଓ ପାକିସ୍ତାନ ମଧ୍ୟରେ ଜାତିସଂଘରେ ହେବାକୁଥିବା ପ୍ରସ୍ତାବିତ କଥାବାର୍ତ୍ତାକୁ ବାତିଲ କରିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe