ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ । ଜାଗର ପାଇଁ ପ୍ରକାଶ ପାଇଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦିନ ତମାମର କାର୍ଯ୍ୟସୂଚୀ । ରାତି ୧୦ଟାରେ ଉଠିବ ମହାଦୀପ

Advertisment
ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ । ଜାଗର ପାଇଁ ପ୍ରକାଶ ପାଇଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦିନ ତମାମର କାର୍ଯ୍ୟସୂଚୀ । ରାତି ୧୦ଟାରେ ଉଠିବ ମହାଦୀପ

କନକ ବ୍ୟୁରୋ: ପବିତ୍ର ଶିବରାତ୍ରି ଅବସରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟସୂଚୀ ଅନୁସାରେ ଶିବରାତ୍ରି ଦିନ (ଫେବ୍ରୁଆରି ୨୧) ଭୋର ୩ଟାରୁ ସାଢ଼େ ୩ଟା ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ହେବ। ସାଢ଼େ ୩ଟାରୁ ପୂର୍ବାହ୍ନ ୧୧ଟା ଯାଏଁ ସାହାଣମେଲା ଦର୍ଶନ, ସକାଳ ୬ଟାରେ ରୋଷ ହୋମ, ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଛାମୁ ପରିଷ୍କାର, ଅପରାହ୍ନ ୧୨ଟାରୁ ୧୨ଟା ୪୫ ମଧ୍ୟରେ ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ଅନୁଷ୍ଠିତ ହେବ।

ସେହିପରି ଅପରାହ୍ନ ସାଢ଼େ ୨ଟା ଠାରୁ ୨ଟା ୪୫ ଯାଏଁ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ, ଅପରାହ୍ନ ୨ଟା ୪୫ ଠାରୁ ଅପରାହ୍ନ ୩ଟା ୪୫ ମଧ୍ୟରେ ଭୋଗ ମଣ୍ଡପ, ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ଯାଏଁ ସାହାଣମେଲା ଦର୍ଶନ, ଅପରାହ୍ନ ୪ଟା ୪୫ରୁ ୫ଟା ୧୫ ଯାଏଁ ଛାମୁ ପରିଷ୍କାର ନୀତି ହେବ।

ସନ୍ଧ୍ୟା ୫ଟା ୧୫ ଠାରୁ ୫ଟା ୪୫ ଯାଏଁ ଶ୍ରୀଜିଉଙ୍କ ବେଶ, ସନ୍ଧ୍ୟା ୫ଟା ୪୫ ଠାରୁ ୭ଟା ଯାଏଁ ବୀର କିଶୋର ବଲ୍ଲଭ, ଦ୍ୱିପ୍ରହର ଧୂପ ଓ ଭୁବନେଶ୍ୱରୀଙ୍କ ଦ୍ୱିପ୍ରହର ଧୂପ, ସନ୍ଧ୍ୟା ୭ଟାରୁ ୭ଟା ୧୦ ଶ୍ରୀଜିଉଙ୍କ ପହୁଡ଼, ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତୀ ଓ ଟେରାଫିଟା, ସନ୍ଧ୍ୟା ୭ଟା ୩୦ ଠାରୁ ୮ଟା ୧୦ ମଧ୍ୟରେ ଶ୍ରୀଜିଉଙ୍କ ମାଜଣା ଓ ବେଶ, ରାତି ୮ଟା ୧୦ରୁ ୮ଟା ୫୫ ଯାଏଁ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢା, ରାତି ୮ଟା ୫୫ରୁ ୧୦ ଟା ମଧ୍ୟରେ ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥ ଜଳ ଆନୟନ ନୀତି ପରେ ରାତି ୧୦ଟାରେ ମହାଦୀପ ଉଠିବ।

ଏହା ପରେ ରାତି ୧୦ଟାରୁ ୧୧ଟା ମଧ୍ୟରେ ସାହାଣମେଲା ଦର୍ଶନ, ରାତି ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ଭୁବନେଶ୍ୱରୀଙ୍କ ସନ୍ଧ୍ୟାଧୂପ ଓ ପୂଜା, ଶ୍ରୀଜିଉଙ୍କ ଛାମୁ ପରିଷ୍କାର ନୀତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe