ଟାଇମ୍ ମ୍ୟାଗାଜିନରେ ମୋଦିଙ୍କ ବିରୁଦ୍ଧରେ ବିବାଦୀୟ ଲେଖା : ଧ୍ରୁବୀକରଣ-ବିଭାଜନ ପ୍ରସଙ୍ଗ ମୋଦିଙ୍କ ବିଜୟର କାରଣ

431

ଆମେରିକାର ପ୍ରତିଷ୍ଠିତ ଟାଇମ୍ ମ୍ୟାଗାଜିନ୍ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିବାଦୀୟ ଲେଖା ଲେଖିଛି । ଏଥର ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିବା ବଡ ସଫଳତା ଉପରେ ଏହି ଲେଖାରେ ଆପତ୍ତିଜନକ ଟିପ୍ପଣୀ କରାଯାଇଛି । ଏଥିରେ ଧ୍ରୁବୀକରଣ ଓ ବିଭାଜନକାରୀ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ବିଜୟର ଅସଲ କାରଣ କୁହାଯାଇଛି ।

ଏହା ସହିତ ଏକ ଆପତ୍ତି ଜନକ ଫଟୋ ମଧ୍ୟ ପ୍ରକାଶିତ କରାଯାଇଛି । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ବିଭାଜନ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ଏକୁଟିଆ ହିଁ ୫୪୨ଟି ଲୋକସଭା ସିଟରୁ ୩୦୩ ଉପରେ ବିଜୟ ହାସଲ କରିଛି । ଏହା ପୂର୍ବରୁ ଆମେରିକାର ପତ୍ରିକା ନିଜ କଭର ଷ୍ଟୋରୀରେ ପିଏମ୍ ମୋଦିଙ୍କୁ ‘ଡିଭାଇଡର ଇନ୍ ଚିଫ୍’ କହିଥିଲା । ଏହି ଲେଖା ଭାରତୀୟ ପତ୍ରକାର ତବଲିନ୍ ସିଂହ ଓ ପାକିସ୍ତାନର ଦିବଙ୍ଗତ ନେତା ଏବଂ ବ୍ୟବସାୟୀ ସଲମାନ ତସିରଙ୍କ ପୂଅ ଆତିଶ ତସିର ଲେଖିଥିଲେ ।