ଟାଇମ୍ସ ତରଫରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ଜାରି । ଶ୍ରେଷ୍ଠ ୧୦୦ ମଧ୍ୟରେ ରହିଛନ୍ତି ଦାର୍ଜୀଲିଙ୍ଗ ଏକ୍ସପ୍ରେସ ମାଲିକାଣି ଏସ୍ମା ଖାନ

ଟାଇମ୍ସ ତରଫରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ଜାରି । ଶ୍ରେଷ୍ଠ ୧୦୦ ମଧ୍ୟରେ ରହିଛନ୍ତି ଦାର୍ଜୀଲିଙ୍ଗ ଏକ୍ସପ୍ରେସ ମାଲିକାଣି ଏସ୍ମା ଖାନ

କନକ ବ୍ୟୁରୋ : ଟାଇମ୍ସ ପତ୍ରିକା ଚଳିତ ବର୍ଷ ପାଇଁ ପ୍ରବାଶାଳୀ ଶ୍ରେଷ୍ଠ ୧୦୦ ବ୍ୟକ୍ତିଙ୍କ ତାଲିକା ଜାରି କରିଛି। ଏଥିରେ ରହିଛନ୍ତି ଲଣ୍ଡନରେ ରହୁଥିବା ଭାରତୀୟ ମୂଳ ଅଧିବାସୀ ଏସ୍ମା ଖାନ। ଜଣେ ଭାରତୀୟଙ୍କୁ ଏଭଳି ସମ୍ମାନରେ ସମ୍ମାନୀତ କରାଯିବା ଦେଶ ପାଇଁ ବେଶ୍ ଗୌରବର ବିଷୟ ।

ତେବେ ଲଣ୍ଡନରେ ଏସ୍ମା ଦାର୍ଜୀଲିଙ୍ଗ ଏକ୍ସପ୍ରେସ ନାମକ ଏକ ରେସ୍ତୋରାଁର ପରିଚାଳିକା ହୋଇଥିବା ସହ ରୋଷେଇ ପୁସ୍ତକ ଲେଖିକା ଅଟନ୍ତି । ଏପରିକି ଲୋକପ୍ରିୟ ପ୍ଲାଟଫର୍ମ ନେଟଫିଲକ୍ସରେ ପ୍ରସାରିତ ସେଫସ ଟେବଲର ଷଷ୍ଠ ସଂସ୍କରଣରେ ସେ ଲୋକପ୍ରିୟ । ୨୦୧୯ ବିଜନେସ ଇନସାଇଡ଼ର ତରଫରୁ ଏସ୍ମାଙ୍କୁ କୁଲେଷ୍ଟ ପିପୁଲ ଇନ ଫୁଡ ଏଣ୍ଡ ଡ୍ରିଙ୍କ ତାଲିକାରେ ପ୍ରଥମ ସ୍ଥାନ ମିଳିଥିଲା।
ଏସ୍ମା ବିବାହ ପରେ କେମ୍ବ୍ରିଜ ଚାଲିଯାଇଥିଲେ ଓ ସେଠାରେ ଥିବା ରାନ୍ଧୁଣିଆ ଠାରୁ ରନ୍ଧା ଶିଖିଥିଲେ। ବ୍ରିଟିଶ କନଷ୍ଟିଚ୍ୟୁସନାଲ ଲ ରେ ସେ ପି ଏଚ ଡ଼ି କରିବା ପରେ ଘରେ ସପର କ୍ଳବ ନାମକ ଏକ ଅସ୍ଥାୟୀ ଫୁଡ କ୍ଳବ ଆରମ୍ଭ କଲେ। ଏହାର ସଫଳତା ଓ ଲୋକପ୍ରିୟତା ବଢିଥିଲା।

ଏହା ପରେ ଅନେକ କଷ୍ଟର ସମ୍ମୁଖୀନ ହେବ ପରେ ସେ ଲଣ୍ଡନରେ ଦାର୍ଜୀଲିଙ୍ଗ ଏକ୍ସପ୍ରେସ ନାମକ ରେସ୍ତୋରାଁର ଆରମ୍ଭ କରିଥିଲେ। ଏହାର ବିଶେଷତ୍ୱ ହେଉଛି ରେସ୍ତୋରାଁଟି ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ଵାରା ପରିଚାଳିତ ଓ ଏହା ରାଜପୁତ ଏବଂ ବେଙ୍ଗଲୀ ଖାଦ୍ୟ ପରଷିଥାଏ।

୨୦୧୭ରେ ଆରମ୍ଭ ହୋଇଥିବା ଏହି ରେସସ୍ତୋରାଁ ର ନାମ ସେ ନିଜ ବାଲ୍ୟକାଳର ସ୍ମୃତି ହିସାବ ରେ ରଖିଛନ୍ତି କାରଣ ସେ ଆଗ ଖରା ଛୁଟି କାଟିବା ପାଇଁ ଦାର୍ଜୀଲିଙ୍ଗ ଏସ୍କପ୍ରେସରେ ଯାତ୍ରା କରୁଥିଲେ।

ଏହାର ସଫଳତା ଓ ଲୋକପ୍ରିୟତା କ୍ରମଶଃ ବଢିଆବାରେ ଲାଗିବା ପରେ ବିଭିର୍ନ ପତ୍ରିକା ଏହା ବିଷୟରେ ଲେଖିବା ଆରମ୍ଭ କଲେ ଓ ବିବିସି ନ୍ୟୁଜ ଏକ ଡକ୍ୟୁ୍ମେଣ୍ଟାରୀ ତିଆରି କରିଥିଲା।ଏହା ପରେ ସେ କେବେ ଆଉ ପଛକୁ ଫେରି ଚାହିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe