ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଗିରଫ । କେନ୍ଦୁଝର ଜେଲରୁ ହୋଇଥିଲା ଫେରାର

84

କନକ ବ୍ୟୁରୋ : କେନ୍ଦୁଝର ଜେଲରୁ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କର ଗିରଫ ହୋଇଛି । ସମ୍ବଲପୁର ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ ଟିମା ଓରଫ ଧନେଶ୍ୱରକୁ ଗିରଫ କରିଛି । ୪୫ରୁ ଅଧିକ ଅପରାଧୀକ ମାମଲାରେ ସମ୍ପୃକ୍ତ ଏହି ଅପରାଧୀକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ ।
ତେବେ ଗିରଫ ହୋଇଥିବା ଏହି କୁଖ୍ୟାତ ଅପରାଧୀ ଟିମା ନାଁରେ ଡ଼କାୟତି, ଚୋରୀ , ଲୁଟ୍ ଓ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ବଭିନ୍ନ ଥାନାରେ ରହିଛି । ସମ୍ବଲପୁର ସମେତ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୂୁଝର, ଯାଜପୁର ଓ ମୟୁରଭଂଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି । କେନ୍ଦୁଝର ଜେଲରେ ଥିବା ବେଳେ ସେ ଫେରାର ହୋଇଥିଲା । ପୋଲିସ ତା ନିକଟରୁ ୪ଟି ମଟରସାଇକେଲ, ୧୦ଟି ମୋବାଇଲ ଫୋନ, ୩ଟି ଟାବଲେଟ୍ , ମାରଣାସ୍ତ୍ର, ୪ହଜାର ଟଙ୍କା ଓ ୨ଟି ଏଟିଏମ୍ କାର୍ଡ଼ ଜବତ କରିଛି । ଟିମାର ୩ଜଣ ସହଯୋଗୀ ଏବେ ବି ଫେରାର ଅଛନ୍ତି ।