କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀରେ ପହଞ୍ଚି କାଶୀ ବିଶ୍ୱନାଥ ଧାମରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ବିଶ୍ୱନାଥ ଧାମର ଲୋକାର୍ପଣ ସମୟରେ ମୋ ମୃତ୍ୟୁର କାମନା କରାଯାଇଥିଲା । ମୋଦୀ ନାଁ ନନେଇ ବିରୋଧୀଙ୍କ ଉପରେ ବର୍ଷିବା ସହ କହିଛନ୍ତି, ରାଜନୀତି ପାଇଁ କିଛି ଲୋକ ଏତେ ନିମ୍ନସ୍ତରକୁ ଚାଲି ଯାଇଥିଲେ ଯେ, କାଶୀରେ ମୋର ମୃତ୍ୟୁର କାମନା କରିଥିଲେ ।
ଭାବବିହ୍ୱଳ ହୋଇ ମୋଦୀ କହିଥିଲେ ଯେ, ବିରୋଧୀ ଯେତେବେଳେ ଏଭଳି କାମନା କରିଥିଲେ ସେତେବେଳେ ମୁଁ ବହୁତ ଖୁସି ହୋଇଥିଲି । କାରଣ ମୋ ମନରେ ଯାହା ଇଚ୍ଛା ଥିଲା ତାହାକୁ ପୂରା କରିବାକୁ ମୋ ବିରୋଧୀ କାମନା କରୁଥିଲେ । ଯଦି କାଶୀବାସୀଙ୍କ ସେବା କରୁ କରୁ ଜୀବନ ଚାଲିଯାଏ ତେବେ ଏହାଠାରୁ ଆଉ ଭଲ କଣ ବା ହୋଇପାରିବ । ମୋର ମୃତ୍ୟୁ ପର୍ଯ୍ୟନ୍ତ ନା କାଶୀ ମୋତେ ଛାଡିବ ନା କାଶୀର ଲୋକ ମୋତେ ଛାଡିବେ ।
We have seen how much people have stooped low in Indian politics but when in Kashi prayers for my death were done, I felt elated. This meant that till my death neither I will leave Kashi nor its people will leave me: PM Narendra Modi at a rally in Varanasi, Uttar Pradesh pic.twitter.com/bwlFRxeCoh
— ANI UP/Uttarakhand (@ANINewsUP) February 27, 2022
ମୋଦୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ବନାରସ ହେଉଛି ଜୀବନ୍ତ ସହର । ପରିବାରବାଦରେ ବିଶ୍ୱାସ କରୁଥିବା ଲୋକ ଏହାକୁ ବୁଝିପାରିବେନି । କାରଣ ଏହିଠାରୁ ହିଁ ମୁକ୍ତିର ମାର୍ଗ ଖୋଲିଥାଏ । ଏହାପୂର୍ବରୁ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ ଉତ୍ସବ ସମୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ, ଶେଷ ସମୟରେ ଲୋକେ କାଶୀରେ ରହିବା ଉଚିତ୍ । ଅଖିଳେଶଙ୍କ ଏଭଳି ବୟାନର ଜବାବ ଆଜି ପରୋକ୍ଷରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।