ପୁଣି ନାବାଳିକା ବାହାଘର ! ସଠିକ ସମୟରେ ପୁଲିସ୍ ଓ ଚାଇଲ୍ଡ ଲାଇନ୍ ଅଧିକାରୀ ପହଂଚିବାରୁ ଅଟକିଗଲା ବାହାଘର

437

କନକ ବ୍ୟୁରୋ : ଠିକ୍ ସମୟରେ ପୁଲିସ୍ ଓ ଚାଇଲ୍ଡ ଲାଇନ୍ ଅଧିକାରୀ ପହଂଚିବାରୁ ଅଟକିଲା ନାବାଳିକା ବିବାହ । କଟକ ଖାନନଗର ଅଂଚଳରେ ଏଭଳି ଏକ ଘଟଣା ଘଟିଛି । ସୂଚନା ମୁତାବକ ଖାନନଗର ଅଂଚଳର ଜଣେ ନାବାଳିକାଙ୍କ ବିବାହ ରାଣୀହାଟ ଅଂଚଳର ଜଣେ ଯୁବକଙ୍କ ସହ କରାଯିବା ନେଇ ସବୁକିଛି ପ୍ରସ୍ତୁତି ସରିଥିଲା ।

ତେବେ ଖବର ପାଇ ଚାଇଲ୍ଡ ଲାଇନ ଅଧିକାରୀ ଓ ପୁଲିସ୍ ସେଠାରେ ପହଂଚି ବାହାଘର ରୋକିଥିଲେ । ଏହାସହ ନାବାଳିକାଙ୍କ ବାପାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ନାବାଳିକା ଝିଅର ବିବାହ କରାଇବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ପରେ ପୁଲିସ୍ ତାଙ୍କୁ ଛାଡ଼ିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.