ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଟେକ୍ନିନକାଲ ଆସିଷ୍ଟାଣ୍ଡଙ୍କ ଘରେ ଚଢ଼ାଉ

ଅଫିସ ସମେତ ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ

61

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଦେବଗଡ ତିଲେଇବଣି ବ୍ଲକ ବଡଛପାଲରେ ଭିଜିଲାନ୍ସ ରେଡ । ଆୟବର୍ହିଭୂତ ସମ୍ପତି ଠୁଅ ଅଭିଯୋଗରେ ଗ୍ରାମ ପଂଚାୟତ ଟେକ୍ନିନକାଲ ଆସିଷ୍ଟାଣ୍ଡ ବିକାଶ ବେହେରାଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ସରକାରୀ କାର୍ଯ୍ୟାଳୟ, ପୈତୃକ ଘର, ଓ ଶ୍ୱଶୁର ଘରେ ଚାଲିଛି ରେଡ ।

ଭିଜିଲାନ୍ସ ବିଭାଗର ୩ଟି ଟିମ ବାଲାମସ୍ଥିତ ବିକାଶଙ୍କ ଘର ସମେତ ଜିଲ୍ଲାର ୩ଟି ସ୍ଥାନରେ ଏକ ସମୟରେ ଚଢ଼ାଉ କରିଥିଲେ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବିକାଶଙ୍କର ଗୋଟିଏ ଦୁଇ ମହଲା କୋଠା, ୬୦ଟି ପ୍ଲଟ, ଗୋଟିଏ ଚାରିଚକିଆ ଯାନ ଅଛି । ଏହା ସହିତ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ୨୦ ଜଣ ଅଧିକାରୀ ଏକ ଚଢଉରେ ସାମିଲ ଥିଲେ । ଟିମରେ ୪ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର ଅଛନ୍ତି ।